• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଜଳ ବ୍ୟବହାର ନିମନ୍ତେ ବ୍ୟାପକ କାର୍ଯ୍ୟ ଯୋଜନା ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
Regional

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଜଳ ବ୍ୟବହାର ନିମନ୍ତେ ବ୍ୟାପକ କାର୍ଯ୍ୟ ଯୋଜନା ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

CliQ INDIA
Last updated: November 24, 2023 4:30 pm
CliQ INDIA
Share
8 Min Read
SHARE

ଭୁବନେଶ୍ୱର 24 ନଭେମ୍ବର- ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ,ବିଜେପୁର ହେଉଛି ଜଳସେଚନ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଏକ ପ୍ରମୁଖ ପ୍ରକଳ୍ପ , ଯାହା ହୀରାକୁଦ ନଦୀବନ୍ଧ ଯୋଜନାରେ ଥିବା ବରଗଡ଼ ମୁଖ୍ୟ କେନାଲର ସମ୍ପୂର୍ଣ୍ଣ ଯୋଗାଣ ସ୍ତରଠାରୁ ଉଚ୍ଚସ୍ତରରେ ଅବସ୍ଥିତବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା ଓ ବରପାଲି ବ୍ଲକ ସମେତ ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ଜଳସେଚନ ଆବଶ୍ୟକତା ପୂରଣ କରିବାକୁ ଉଦ୍ଦିଷ୍ଟ । ଉପରୋକ୍ତ ବ୍ଲକରେ ଏହି ସେଚାଂଚଳ ମାଧ୍ୟମରେପ୍ରଥମେ ଉପକୃତ ହେବାକୁ ଥିବା ମୋଟ ୧୨୯ଟି ଗାଁ ମଧ୍ୟରୁ ବରଗଡ ଜିଲ୍ଲାର ୩ଟି ବ୍ଲକର ୧୨୨ଟି ଗାଁ ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ୭ଟି ଗାଁ ଏହିପରି ମୋଟ ୪ଟି ବ୍ଲକର ୨୫,୬୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବା ସଙ୍ଗେ ସଙ୍ଗେ ୩୫,୬୦୦ରୁ ଅଧିକ କୃଷକ ଉପକୃତ ହେବେ ।ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକର ୭୫ ଗ୍ରାମର ୧୫୦୮୪ ହେକ୍ଟର, ସୋହେଲା ବ୍ଲକର ୨୫ ଗ୍ରାମର ୬୮୦୪, ବରପାଲିର ୨୨ ଗ୍ରାମର ୩୫୨୦ ହେକ୍ଟର ଓ ଡୁଙ୍ଗରିପାଲି ବ୍ଲକର ୭ ଟି ଗ୍ରାମର ୧୯୨ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ଏହା ସଙ୍ଗେ ସଙ୍ଗେ ପରବର୍ତ୍ତୀ ସମୟରେ ଚାଷୀମାନଙ୍କୁ ଜଳସେଚନ ଆବଶ୍ୟକତା ପୂରଣ କରିବା ପାଇଁ ଏହି ପ୍ରକଳ୍ପରେ ବରଗଡ ବ୍ଲକର ୧୨ ଟି ଗ୍ରାମ ଏବଂ ବରିପାଲି ବ୍ଲକର ୨ ଟି ଗ୍ରାମର ୫୭୫୦ ହେକ୍ଟର ଜମିରେ ଅତିରିକ୍ତ ସେଚାଂଚଳକୁ ଜଳସେଚନ କରାଯିବାର ଲକ୍ଷ୍ୟ ରହିଛି । ଫଳରେ ଅତିରିକ୍ତ ୫୭୫୦ ହେକ୍ଟର ଆୟକଟ ସୃଷ୍ଟି ହେବା ସହ ସମୁଦାୟ ଆୟକଟ ୩୧,୩୫୦ ହେକ୍ଟରରେପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଜଳସମ୍ପଦ ବିଭାଗ ଓ କୃଷି ବିଭାଗ ସହ ଆଲୋଚନା କରି ସମୁଦାୟ ୩୧,୩୫୦ ହେକ୍ଟର ଜମି ପାଇଁ ଉଭୟ ଖରିଫ ଓ ରବି ପାଇଁ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ, ଶ୍ରୀମତୀ ଅନୁ ଗର୍ଗ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀଯୋଗ ଦେଇଥିଲେ । ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, କୃଷି ବିଭାଗ ନିର୍ଦ୍ଦେଶକ, ଉଦ୍ୟାନକୃଷି ବିଭାଗ ନିର୍ଦ୍ଦେଶକ, ବରଗଡ ଜିଲ୍ଲାପାଳ, ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ, ସଂପୃକ୍ତ ଜିଲ୍ଲାର କୃଷି ଅଧିକାରୀଙ୍କ ସମେତ ଜଳ ସଂପଦ ବିଭାଗର ପଦାଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇଥିଲେ ।

ବିଜେପୁର, ସୋହେଲାଅଂଚଳର ଲୋକଙ୍କ ଦୀର୍ଘକାଳୀନ ଦାବୀ ଅନୁଯାୟୀ,ଓଡ଼ିଶା ସରକାରଙ୍କ ଦ୍ୱାରା ୨୦୧୯ ମସିହାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିଶେଷ କରି ବରଗଡ଼ ଜିଲ୍ଲାର ବରଗଡ ତଥା ବିଜେପୁର ବାସୀଙ୍କ ପାଇଁ ଏହି ସ୍ୱପ୍ନର ପ୍ରକଳ୍ପ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି । ଏହି ପ୍ରକଳ୍ପକୁ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ରବି ଋତୁରୁ ଏହାର ଜଳସେଚନ ପ୍ରକ୍ରିୟା ଆରମ୍ଭ ହେବ । ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଉଭା ହେବାକୁ ଯାଉଛି।

ଏହି ପ୍ରକଳ୍ପରେ ପ୍ରଥମ ଥର ପାଇପ ଲାଇନ ବ୍ୟବସ୍ଥାରେ ଜଳସେଚିତ ପାଣି ପ୍ରହାହ ହେଉଥିବାରୁ ତାହାକୁ ଗୁରୁତ୍ୱ ଦିଆଯାଇ ରବି ଋତୁରୁ ଏହି ପ୍ରକଳ୍ପରେ ମୁଖ୍ୟତଃ ଅଣଧାନ ଚାଷକୁ ଗୁରୁତ୍ୱ ଦିଆଯାଇଛି । କମ ଜଳ ଆବଶ୍ୟକ କରୁଥିବା ତୈଳବୀଜ, ଡାଲି, ମକା, ମିଲେଟ୍ ବା ମାଣ୍ଡିଆ ଜାତୀୟ ଫସଲ, ପନିପରିବା ଓ ମସଲାଜାତୀୟ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ କରାଯାଉଛି । ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଯେହେତୁ ଏହି ଜଳସେଚନ ପ୍ରକଳ୍ପରେ ବହୁ ଏବଂ ପ୍ରଚେଷ୍ଟା ରହିଛି ଏବଂ ଭାରତରେ ଏପରି ପ୍ରକଳ୍ପ ପ୍ରଥମ, ସମସ୍ତ ସହଯୋଗୀ ଅଂଶୀଦାରମାନଙ୍କୁ ସେ ଲାଭଦାୟକ ଏବଂଆବଶ୍ୟକ ଫସଲ ଉତ୍ପାଦନ ପାଇଁ ପ୍ରତ୍ୟେକ ବୁନ୍ଦା ଜଳର ସର୍ବୋତ୍ତମ ବ୍ୟବହାର ହେବା ଆବଶ୍ୟକ ବୋଲି ସେ ଗୁରୁତ୍ୱ ଦେଇଥିଲେ ।

ଏଥିରେ ଫସଲ ବିବିଧତା କାର୍ଯ୍ୟକ୍ରମ (ସିଡିପି)କୁ ପ୍ରାଥମିକତା ଦିଆଯିବ। ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ବିଭିନ୍ନ ଫସଲପ୍ରଣାଳୀର ପରିଚାଳନା ଓ ଏହାର ସଫଳତା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି। କୃଷି ଓ ଉଦ୍ୟାନ କୃଷି ବିଭାଗ ସହ ପରାମର୍ଶ କରି ଓ୍ୱାଲମୀଠାରେ ପ୍ରକଳ୍ପ ସମ୍ପର୍କିତ ପାଣି ପଞ୍ଚାୟତର କର୍ମକର୍ତ୍ତାମାନଙ୍କ ପାଇଁ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ପାଣି ପଂଚାୟତ କାର୍ଯ୍ୟାଳୟର ପ୍ରଶିକ୍ଷଣ ମଡ୍ୟୁଲ ରବି ଯୋଜନା ୨୦୨୩-୨୪ ଅନୁସାରେ ହେବ । ଆଗାମୀ ଡିସେମ୍ବର ୩ ତାରିଖ ସୁଦ୍ଧା ରବି ଯୋଜନା ପ୍ରସ୍ତୁତ କରିବାକୁ ସେ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ଡିସେମ୍ବର ୧୫ ତାରିଖ ସୁଦ୍ଧା ସଂପୃକ୍ତ ସେଚାଞ୍ଚଳରେ ପାଣି ପଞ୍ଚାୟତର ନିର୍ବାଚନ ଶେଷ ହେବ। ଏହାର ସଫଳ ରୂପାୟନ ଯେପରି ସବୁଠାରୁ ଭଲଭାବେ ହୋଇପାରିବ,ସେଥିପାଇଁ ବରଗଡ଼ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ ବରଗଡ଼ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକଙ୍କୁ ଦେଇଛନ୍ତି ।

ମୁଖ୍ୟ ଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜର, ମହାନଦୀ ଅବବାହିକା,ବୁର୍ଲାପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଓ ବ୍ୟାପକ କାର୍ଯ୍ୟ ଯୋଜନା ସମ୍ପର୍କରେ ଅବଗତ କରାଇବା ସହମୋଟ ୨୫,୬୦୦ ହେକ୍ଟର ସେଚାଂଚଳରୁ ଆଗାମୀ ରବି ଋତୁରେ ୭୬୮୦ ହେକ୍ଟର ଜମିରେ ମାଇକ୍ରୋ ଜଳସେଚନ ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଥିଲେ। ଆଗାମୀ ରବି ଋତୁରେ ଏହି ପ୍ରକଳ୍ପର ପରୀକ୍ଷଣ ଓ ପ୍ରୟୋଗ ସମଗ୍ର ୨୫,୬୦୦ ହେକ୍ଟର ସେଚାଂଚଳ ପାଇଁ କାର୍ଯ୍ୟକ୍ଷମ ହେବ। କୃଷି ଓ ଉଦ୍ୟାନ କୃଷି ବିଭାଗ ସହ ପରାମର୍ଶ କରାଯାଇ ରବି ୨୦୨୩-୨୪ ଓ ଖରିଫ ୨୦୨୪ ପାଇଁ ଫସଲ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ ପ୍ରକଳ୍ପର ସର୍ବାଙ୍ଗୀନ ଅଗ୍ରଗତି ପାଇଁ ସିବିଓ/ଏନଜିଓ ଏବଂ ଘରୋଇ ଅଂଶୀଦାରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ମତ ଦେଇଥିଲେ । ଅଣଧାନ ଫସଲରେ ଫସଲ ବୀମା ବ୍ୟବସ୍ଥା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସିଡିପି-ଏମଏଲଆଇପି ପ୍ରକଳ୍ପରେ ପ୍ରୋତ୍ସାହନ ବ୍ୟବସ୍ଥା ଏହି ପ୍ରକଳ୍ପରେ କାର୍ଯ୍ୟକାରୀ କରାଯିବାକୁ କହିଥିଲେ ।ଅଣୁ ଜଳସେଚନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ ଯେପରି ଉନ୍ନତ ମାନର ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କମାଣ୍ଡ ଅଞ୍ଚଳର ଉପକୃତ ଚାଷୀମାନେ ପିଏମଏଫବିଓ୍ୱାଇ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ଫସଲ ବିବିଧତା କାର୍ଯ୍ୟକ୍ରମର ସଠିକ ରୂପାୟନ ଏବଂ ଜଳର ସର୍ବୋତ୍ତମ ଉପଯୋଗ ପାଇଁ ଆଇସିଏଆରକୁ ଏଥିରେ ସାମିଲ କରିବାକୁ ମଧ୍ୟ ଅନୁରୋଧ କରାଯିବା ନେଇ ସେ ପ୍ରସ୍ତାବ ଦେଇଥିଲେ ।

କୃଷି, ଉଦ୍ୟାନ କୃଷି ଓ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ଫସଲ ପଦ୍ଧତି ପ୍ରସ୍ତୁତ କରାଯାଇଛି ଏବଂ ସମ୍ପୃକ୍ତ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଫସଲ ବିବିଧତା କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯିବ ବୋଲି ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କୃଷକମାନଙ୍କୁ ଏକ୍ସପୋଜର୍ ଭିଜିଟ୍, ଘରୋଇ କମ୍ପାନୀ ଜରିଆରେ ମାର୍କେଟିଂ ସୁବିଧା, ଏମ୍ଏସପି ସୁନିଶ୍ଚିତ କରିବା, ଚୁକ୍ତିଭିତ୍ତିକ ଚାଷ ଓ ଅନ୍ୟାନ୍ୟ ସମ୍ପ୍ରସାରଣ ସେବା ଯୋଗାଇ ଦେବା ଉପରେ କୃଷି ନିର୍ଦ୍ଦେଶକ ତଥା କୃଷି ଉତ୍ପାଦନ କମିଶନର ଗୁରୁତ୍ୱାରୋପ କରିଥିଲେ।

ଏହିସବୁ ଅଞ୍ଚଳର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ତେଣୁ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ଉନ୍ନତି ପାଇଁ ଦ୍ରୁତ କୃଷି ଅଭିବୃଦ୍ଧି ଅତ୍ୟନ୍ତ ଜରୁରୀ । ଏବେ ଚାଷୀମାନେ ବର୍ଷା ଉପରେ ନିର୍ଭର କରି ଚାଷ କରୁଛନ୍ତି। ଅଳ୍ପ ଏବଂ ଅନିୟମିତ ବର୍ଷା, ଉପଯୁକ୍ତ ଚାଷ ଜ୍ଞାନକୌଶଳର ଅଭାବ ଯୋଗୁଁ ସେମାନଙ୍କର ଏକକ ଜମି ପିଛା ଆୟ କମ୍ ରହିବା ଫଳରେ ଅର୍ଥନୈତିକ ବିକାଶରେ ବାଧା ଉପୁଜୁଛି । ତେଣୁ କୃଷିର ଉନ୍ନତି ଓ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ନିମନ୍ତେ ସେମାନଙ୍କ ପାଇଁ ନିଶ୍ଚିତ ଜଳ ଯୋଗାଣ ସୁବିଧା ସହିତ କୃଷି ବିବିଧିକରଣ ପରିପ୍ରେକ୍ଷୀରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ଓ୍ୱାଲମୀ ଭଳି ପ୍ରଶିକ୍ଷଣ ପ୍ରତିଷ୍ଠାନରେ କୃଷକମାନଙ୍କୁ କୃଷି ପ୍ରଣାଳୀ, ଅଣୁ ଜଳସେଚନ ପ୍ରକ୍ରିୟା ସଂପର୍କରେ ତାଲିମ ପ୍ରଦାନ, ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ସଂପୃକ୍ତି ଆଦି ସଂପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦ୍ୱାରା କୃଷକମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଘଟିବ । ମରୁଡ଼ି ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ନ ହୋଇ ଏଠାରେ କୃଷି ଉତ୍ପାଦନ ଉଲ୍ଲେଖନୀୟ ସ୍ତରକୁ ଆସିବା ସଂଗେ ସଂଗେ ଅଧିକ ରୋଜଗାର ସୃଷ୍ଟି ହେବ । ସମାନ ଜମିରୁ କୃଷକ ମାନେ ଅଧିକ ଉପାର୍ଜନ କରିବେ । ଗ୍ରାମାଞ୍ଚଳରେ ସ୍ଥାୟୀ ରୋଜଗାର ସୃଷ୍ଟି ହେବା ସହ ନିଜ ଅଂଚଳର ସାଂସ୍କୃତିକ ପରଂପରା ଓ ନିଜ ନିଜ ସମ୍ପ୍ରଦାୟରେ ଖୁସିକୁ ଛାଡି ସେମାନେ ଅନ୍ୟ ସହର ଏବଂ ସହରାଞ୍ଚଳକୁ ସ୍ଥାନାନ୍ତର ହେବେ ନାହିଁ । ପାରିବାରିକ ବନ୍ଧନ ଅକ୍ଷୁର୍ଣ୍ଣ ରହିବା ସହିତ ସାମାଜିକ ସ୍ଥିତିରେ ଉନ୍ନତି,କୃଷି ଓ ଜଙ୍ଗଲ ସୃଷ୍ଟି ପୂର୍ବକ ସବୁଜ ଆଚ୍ଛାଦନ ବୃଦ୍ଧି କରି ଗ୍ଲୋବାଲ ୱାର୍ମିଂ ହ୍ରାସ କରିବା ଦିଗରେ ଏହା ସହାୟକ ହେବ । ତତ୍ ସହିତ ବଗିଚା ସୃଷ୍ଟି, ଭୂତଳ ଜଳସ୍ତର ରିଚାର୍ଜ କରିବା, ମାଟିର ପୋଷଣଗୁଣ ବଜାୟ ରଖିବା ଦିଗରେ ଏବଂ ଆଣିବାଅଞ୍ଚଳରେ ରୂପାନ୍ତରଣ ଆଣିବାରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଆଶା କରାଯାଉଛି । ସ୍କାଡା ( ତଦାରଖକାରୀ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ତଥ୍ୟ ଆହରଣ )ଭଳି ସର୍ବାଧୁନିକ ଜ୍ଞାନ କୌଶଳର ଉପଯୋଗରେ ରିୟଲ ଟାଇମରେ ଡାଟା ସଂଗ୍ରହ ପ୍ରଣାଳୀରେ ସେଚାଂଚଳରେ ପାଇପ୍ ଯୋଗେ ଜଳସେଚନ ସୁବିଧାକୁ ନିଶ୍ଚିତ କରାଯିବାର ବ୍ୟବସ୍ଥା ରହିଛି । “୫-ଟି” ଆଧାରରେ ଜଳ ସଂପଦ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସମେତ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ସଂପୃକ୍ତ ସମସ୍ତ ବିଭାଗର ଦଳଗତ ପ୍ରଚେଷ୍ଟାରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଆଧାରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି

ହିନ୍ଦୁସ୍ଥାନ ସମାଚାର /

You Might Also Like

ପୋଲିସ ଏସଆଇ ପରୀକ୍ଷା ଜାଲିଆତିର ତଦନ୍ତ ଦାବି କଲା ବିଜେଡି
ରତ୍ନଭଣ୍ଡାର ମରାମତି, ରତ୍ନ ସ୍ଥାନାନ୍ତର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା
ଜିଲ୍ଲାସ୍ତରୀୟ “ବେଟି ବଚାଓ ବେଟି ପଢାଓ” ସମ୍ପର୍କିତ କାର୍ଯ୍ୟକ୍ରମ
ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ
ନାବାଳିକା ଅପହରଣ, ଯୁବକ ଗିରଫ – Hindusthan Samachar Odia

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ତେଗ ବାହାଦୂରଙ୍କ ସ୍ମରଣ କଲେ ଯୋଗୀ ଆଦିତ୍ୟନାଥ
Next Article ବିଷ ବଳୟରେ ରାଜଧାନୀ ଦିଲ୍ଲୀ – Hindusthan Samachar Odia
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?