ଭୁବନେଶ୍ୱର , 1 ଜାନୁଆରୀ (ହି.ସ.)ନୂଆବର୍ଷ ସୋମବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତିକ୍ଷୀତ ବାରଙ୍ଗ ରତାଗଡଠାରେ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରରୁ ତ୍ରିଶୁଳିଆ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ସହ ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇଛନ୍ତି। ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇ କହିଛନ୍ତି, ମେଟ୍ରୋ ହେଉଛି, ଆପଣମାନେ ଖୁସି ତ? ଜାତି ଇତିହାସରେ ଆଜିର ଦିନଟି ସ୍ମରଣୀୟ ହୋଇ ରହିବ। ଜାତି ଇତିହାସରେ ଆଜିର ଦିନଟି ସ୍ମରଣୀୟ ହୋଇ ରହିବ। ଯୋଗାଯୋଗ କ୍ଷେତ୍ରରେ ବଡ ରୂପାନ୍ତର ଆସିବ। ମେଟ୍ରୋର ଏହି ରୂପାନ୍ତର ଆହୁରି ଆଗକୁ ନେବ। କଟକ-ଭୁବନେଶ୍ୱର ମଧ୍ୟରେ ସମ୍ପର୍କକୁ ମଜଭୂତ କରିବା ସହ ପୁରୁଣା ଓ ନୂଆ ରାଜଧାନୀ ସମ୍ପର୍କକୁ ମଜଭୂତ କରିବ ମେଟ୍ରୋ। ୪ ବର୍ଷରେ ପ୍ରକଳ୍ପ କାମ ସାରିବା ଲକ୍ଷ୍ୟ ରହିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
