ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ନବରାତ୍ରିର
ତୃତୀୟ ଦିନରେ ମା’ ବିରଜାଙ୍କ
ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ
ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନବରାତ୍ରିର ତୃତୀୟ ଦିନରେ
ଯାଜପୁରଠାରେ ବିଜେ ମା’ ବିରଜାଙ୍କ ନିକଟରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି । ମା’ଙ୍କ କରୁଣାରୁ ଆପଣମାନଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ, ଏତିକି ପ୍ରାର୍ଥନା ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
