ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ସମ୍ବଲପୁର ଗସ୍ତ । ଆଜି ଭୋର ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସମ୍ବଲପୁର ରେଳୱେ ଷ୍ଟେସନରେ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀ କେନ୍ଦ୍ର ମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି । ଆଜି ସକାଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଆ ସମଲେଶ୍ୱରୀଙ୍କୁ ଦର୍ଶନ କରି ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ଆଜି ଓ କାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଧର୍ମେନ୍ଦ୍ର ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
