ଭୁବନେଶ୍ୱର, 8 ଜାନୁଆରୀ (ହି.ସ.)- ରାଜ୍ୟପାଳ ରଘୁବର ଦାସ ସୋମବାର ନୟାଗଡ଼ର ଦର୍ପନାରାୟଣପୁରସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଛନ୍ତି । ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ବେଶି ଧ୍ୟାନ ଦେବା ସହ ଜୀବନଶୈଳୀଜନିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଡାକ୍ତର, ଆଶା କର୍ମୀ ଓ ସେବିକା ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
