ଭୁବନେଶ୍ୱର, 2 ଜାନୁୟାରୀ (ହି.ସ)- ଚୌଦ୍ୱାରରୁ ବିପୁଳ ପରିମାଣର ଦେଶୀ ଚୋରା ମଦ ଜବତ ହୋଇଛି । କଟକ ଅବକାରୀ ବିଭାଗ ଓ ଚୌଦ୍ୱାର ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ 510 ଲିଟର ମଦ ଜବତ କରାଯାଇଛି । ଏହି ଘଟଣାରେ ଗୋଟିଏ ବୋଲେରୋ ଜବତ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ । ଜବତ ମଦର ଆନୁମାନିକ ମୂଲ୍ୟ ଦେଢଲକ୍ଷରୁ ଅଧିକ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
