
ଜୟପୁର, ୨୭ ନଭେମ୍ବର (ହି.ସ.)- ଜୟପୁରରେ ଗୁରୁ ନାନକଙ୍କ ଜୟନ୍ତୀ ପାଳିତ ହୋଇଛି । ଶିଖ୍ ସମ୍ପ୍ରଦାୟର ପ୍ରଥମ ଗୁରୁ ନାନକଙ୍କ ୫୫୪ତମ ଜୟନ୍ତୀ ପାଳିତ ହୋଇଛି । ସ୍ଥାନୀୟ ବ୍ରହ୍ମାସାହି ଓ ନାରାୟଣ ତୋଟା ସାହିରେ ଥିବା ଗୁରୁଦ୍ଵାର ଠାରେ ଜୟନ୍ତୀ ପାଳିତ ହୋଇଛି । ଜୟନ୍ତୀ ଅବସରରେ ଶିଖ ସଂମ୍ପ୍ରଦାୟ ପକ୍ଷରୁ ପଞ୍ଚୁକ କାର୍ତିକ ପୂଣ୍ଣିମାରେ ସକାଳୁ ସଂକିର୍ତନ ସହର ପରିକ୍ରମା କରିଥିଲା । ନାନକଙ୍କ ଜୟନ୍ତୀ ପାଇଁ ପବିତ୍ର ଗ୍ରନ୍ଥସାହେବ ପାଠ, ଭଜନ କିର୍ତନ ଓ ଭୋଜନ ଲଙ୍ଗର ଆୟୋଜନ କରାଯାଇଥିଲା । ଏହି ଜୟନ୍ତୀରେ ଆଖପାଖ ଅଞ୍ଚଳର ଶିଖ ଧର୍ମାବବମ୍ବୀମାନେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ପବନ/ପ୍ରଦୀପ୍ତ/ସମନ୍ୱୟ
