• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଓଡିଶାରେ କୋରୋନା ମୃତ୍ୟୁ ସଂଖ୍ୟା ୨୫୦୩୨:ସରକାରଙ୍କ ଅନୁକମ୍ପା ସହୟତା ପାଇଛନ୍ତି ୨୦୩୯୭:ଖୋର୍ଦ୍ଧାରେ ସର୍ବାଧିକ ଓ ଦେବଗଡରେ ସବୁଠୁ କମ କରୋନା ମୃତ୍ୟୁ:ସମ୍ବେଦନହୀନ ଭାବେ କାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର- ହେମନ୍ତ ପଣ୍ଡା
Regional

ଓଡିଶାରେ କୋରୋନା ମୃତ୍ୟୁ ସଂଖ୍ୟା ୨୫୦୩୨:ସରକାରଙ୍କ ଅନୁକମ୍ପା ସହୟତା ପାଇଛନ୍ତି ୨୦୩୯୭:ଖୋର୍ଦ୍ଧାରେ ସର୍ବାଧିକ ଓ ଦେବଗଡରେ ସବୁଠୁ କମ କରୋନା ମୃତ୍ୟୁ:ସମ୍ବେଦନହୀନ ଭାବେ କାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର- ହେମନ୍ତ ପଣ୍ଡା

CliQ INDIA
Last updated: November 28, 2023 11:30 am
CliQ INDIA
Share
4 Min Read
SHARE

ବଲାଙ୍ଗୀର, 28 ନଭେମ୍ବର (ହି.ସ.) କରୋନା ଲହର ସମୟରେ ରାଜ୍ୟର ପ୍ରାୟ ପ୍ରତ୍ୟେକ ଘର କାନ୍ଦ ବୋବାଳୀରେ ଫାଟି ପଡୁଥିଲା । ନିକଟ ସମ୍ପର୍କିୟ କେହି ନା କେହି ଚାଲି ଯାଉଥିଲେ ଆର ପାରିକୁ । କିନ୍ତୁ ସମଗ୍ର ଓଡିଶାରେ ଜିଲ୍ଲା ଓ୍ୟାରି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ଭାବେ କେତେ ଥିଲା ଓ ସରକାର ଘୋଷଣା କରିଥିବା ୫୦ ହଜାର ଟଙ୍କା ଅନୁକମ୍ପା ରାଶି କେତେ ପରିବାରଙ୍କୁ ମିଳିଛି ତାହା ସଠିକ ଭାବେ ଲୋକଲୋଚନକୁ ଆସିନଥିଲା । ସରକରଙ୍କ ପାଖରୁ ଏହି ତଥ୍ୟ ସଂଗ୍ରହ କରି ରାଜ୍ୟର ବିଶିଷ୍ଟ ସୂଚନା କର୍ମି ହେମନ୍ତ କୁମାର ପଣ୍ଡା ଏହାକୁ ସାର୍ବଜାନୀନ କରିଛନ୍ତି । କୋରୋନା ଯୋଗୁଁ ଓଡିଶାରେ ୨୫୦୩୨ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ପଣ୍ଡାଙ୍କୁ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୬୦୭୭/ଆର ଆଣ୍ଡ ଡିଏମ ତା ୨୨/୧୧/୨୦୨୩ ଯୋଗେ ତଥ୍ୟ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟର ସର୍ବାଧିକ ୫୯୮୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବଗଡ ଜିଲ୍ଲାରେ ସବୁଠୁ କମ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା କଥା ତଥ୍ୟରୁ ସ୍ପଷ୍ଟ ହୋଇଛି । ଖୋର୍ଦ୍ଧା ପରେ ଦ୍ୱିତୀୟରେ କଟକ ଜିଲ୍ଲାରେ ୩୪୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରେ ଜିଲ୍ଲାରେ ୧୯୪୧, ଗଞାମ ଜିଲ୍ଲାରେ ୧୭୭୨, ସମ୍ବଲପୁର ଜିଲ୍ଲାରେ ୧୪୬୮, ବରଗଡରେ ୮୫୮, ପୁରୀରେ ୭୮୪, ବାଲେଶ୍ୱରରେ ୭୬୮, ଅନୁଗୁଳରେ ୭୨୧, ମୟୁରଭଞରେ ୬୪୭, ଯାଜପୁରରେ ୬୪୫ ଓ ବଲାଙ୍ଗୀରରେ ୫୮୬, କଳାହାଣ୍ଡିରେ ୫୨୪, କେନ୍ଦୁଝରରେ ମଧ୍ୟ ୫୨୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟାନ୍ୟ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୦୦ ତଳକୁ ରହିଛି । ଏହିଭଳି ରାଜ୍ୟରେ ୨୫୦୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରଙ୍କ ଦ୍ୱାରା ଘୋଷିତ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ମୃତକଙ୍କ ପରିବାର ବର୍ଗ ପାଇବା କଥା ହେଲେ ମାତ୍ର ୨୦୩୯୬ ପରିବାର ଅନୁକମ୍ପା ସହାୟତା ରାଶି ପାଇଥିବା ତଥ୍ୟରୁ ଜଣାପଡିଛି । ଅନୁକମ୍ପା ସହାୟତା ରାଶି ପାଇଁ ୨୧୧୭୫ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଛି । ଅର୍ଥାତ୍ ୩୮୫୭ ପରିବାର ପକ୍ଷରୁ ଆବେଦନ କରାଯାଇ ନଥିବା ତଥ୍ୟରେ କୁହାଯାଇଛି ବୋଲି ପଣ୍ଡା କହିଛନ୍ତି । ଏତେ ସଂଖ୍ୟାରେ ମୃତକଙ୍କ ପରିବାର କାହିଁକି ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପା ରାଶି ପାଇଁ ଆବେଦନ କଲେ ନାହିଁ ଏବଂ ଯଦି ଦୁଃଖାବିଭୁତ ପରିବାରବର୍ଗ ଆବେଦନ କଲେ ନାହିଁ ସରକାରୀ ସଂସ୍ଥା ସେମାନଙ୍କ ପାଖକୁ କାହିଁକି ପହଞ୍ଚିଲେ ନାହିଁ ବୋଲି ପଣ୍ଡା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସର୍ବ ଭାରତୀୟ ସ୍ତରରେ କରୋନା ମୃତକଙ୍କ ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାର ଅନୁକମ୍ପା ମୃତକଙ୍କ ପରିବାରବର୍ଗଙ୍କ ପାଇଁ ନଥିବା କଥା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ବୋଲି ସୂଚନା କର୍ମି ପଣ୍ଡା କହିବା ସଙ୍ଗେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଏହି ଯେ, କେତେକ ଜିଲ୍ଲାରେ ମୃତକଙ୍କ ସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ବେଳେ ଆଉ କେତେକ ଜିଲ୍ଲାରେ କମ ଲୋକଙ୍କୁ ପ୍ରଦାନ କରାଯାଇଛି । ଉଦାହରଣ ସ୍ୱରୁପ କେନ୍ଦ୍ରାପଡା ଜିଲ୍ଲାରେ କରୋନା ମୃତ୍ୟୁ ୨୯୫ ଜଣ ଦର୍ଶାଯାଇଥିବା ବେଳେ ୫୨୦ ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

ସେହିଭଳି ଅନୁଗୁଳ, ବଲାଙ୍ଗୀର ବାଲେଶ୍ୱର, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ନୟାଗଡ ଓ ପୁରୀ ଜିଲ୍ଲାରେ ମାନଙ୍କରେ ମୃତକଙ୍କ ସଂଖ୍ୟା ଅପେକ୍ଷା ଅଧିକ ସଂଖ୍ୟକ ପରିବାବର୍ଗଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି । କିନ୍ତୁ କଟକ, ଖୋର୍ଦ୍ଧା, ବୌଦ୍ଧ, ଗଞାମ, ସମ୍ବଲପୁର, କୋରାପୁଟ, ମାଲକାନଗିରି ଇତ୍ୟାଦି ଜିଲ୍ଲାରେ ମୃତକଙ୍କ ସଂଖ୍ୟା ଠାରୁ ଯଥେଷ୍ଟ କମ ପରିବାରଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି । ମହାମାରୀରେ ସରକାରୀ ବ୍ୟବସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ସକ୍ରିୟ ରହି ସଠିକ ଭାବେ ରୋଗୀ ଓ ମୃତକଙ୍କ ସଂଖ୍ୟା ଗଣନା କରିବା ଆବଶ୍ୟକତା ଥିଲେ ମଧ୍ୟ ଓଡିଶାର ଶାସନ କଳ ଏହା କରିପାରି ନଥିବା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ତେଣୁ ମୃତକଙ୍କ ସଂଖ୍ୟା ସହ ଅନୁକମ୍ପା ରାଶି ପାଇଁ ଆବେଦନକାରୀଙ୍କ ସଂଖ୍ୟା ଓ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ସଂଖ୍ୟାରେ ତାଳମେଳ ଆଦୌ ନାହିଁ ବୋଲି ସୁଚନା କର୍ମି ପଣ୍ଡା ଅଭିଯୋଗ କରିଛନ୍ତି । ଅନୁକମ୍ପା ରାଶି ପାଇନଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଏଜେନ୍ସି ଯୋଗାଯୋଗ କରିବା ପୁର୍ବକ ପୁନଶ୍ଚ ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଆବେଦନ ପତ୍ର ସଂଗ୍ରହ କରି କେନ୍ଦ୍ର ସରକାର ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଅନୁକମ୍ପା ରାଶି ତୁରନ୍ତ ପୈଠ କରିବାକୁ ସୁଚନା କର୍ମି ପଣ୍ଡା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ସ୍ୱାଗତିକା/ସମନ୍ୱୟ

You Might Also Like

ମହର୍ଷୀ ବାଲ୍ମିକୀ ଜୟନ୍ତୀରେ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ବଲାଙ୍ଗୀର ଜିଲ୍ଲାରେ ଘୋଷଣା ହେଲା ବିଜେପିର ନବେ ଜଣିଆ ପୂର୍ଣ୍ଣାଙ୍ଗ କାର୍ଯ୍ୟକର୍ତା
ସିଏମ୍ କିଷାନ ସହାୟତାର ତୃତୀୟ କିସ୍ତି ଜାରି
ବିଏମ୍ସି ଓ ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ପକ୍ଷରୁଭୋଟରସଚେତନତା ପାଇଁବ୍ୟାପକକାର୍ଯ୍ୟକ୍ରମ
କମନୱେଲ୍ଥ ୱେଟଲିଫ୍ଟିଂ ଚାମ୍ପିଆନସିପ 2025ରେ ମହିଳା 44କେଜି ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରୀତିସ୍ମିତା ଭୋଇଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଗୁରୁ ନାନକଙ୍କ ଜୟନ୍ତୀ ପାଳିତ – Hindusthan Samachar Odia
Next Article ସିଲକ୍ୟାରାରେ ସୁଡଙ୍ଗ ଆରପାର୍ ପାଇଁ କାଉଣ୍ଟଡାଉନ ଆରମ୍ଭ !ରେସକ୍ୟୁ ଅପରେସନର ନିରୀକ୍ଷଣ କରିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଧାମୀ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?