ନୂଆଦିଲ୍ଲୀ, 24 ନଭେମ୍ବର (ହି.ସ.) ବିଷ ବଳୟରେ ରାଜଧାନୀ ଦିଲ୍ଲୀ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଦିଲ୍ଲୀର ସମଗ୍ର ବାୟୁ ଗୁଣବତ୍ତା ସୂଚକାଙ୍କ ଗମ୍ଭୀର ଶ୍ରେଣୀରେ ରହିଛି । ଆନନ୍ଦ ବିହାରରେ ଆଜି ସକାଳେ ଏକ୍ୟୁଆଇ 411, ଅଲିପୁରରେ 432, ବଜିରପୁରରେ 443, ଆରକେପୁରମରେ 422 ରେକର୍ଡ ହୋଇଛି । ଗୁରୁବାର ମଧ୍ୟ ସ୍ଥିତି ଗମ୍ଭୀର ଥିଲା । ବୋର୍ଡ ଅନୁସାରେ ରାଜଧାନୀର 14ଟି ସ୍ଥାନରେ ଏକ୍ୟୁଆଇ 400 ପାର ଅର୍ଥାତ ଗମ୍ଭୀର ଶ୍ରେଣୀରେ ଥିବା ରେକର୍ଡ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
