ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)
– ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଓଡିଶାରେ ଅଚଳ ଥିବା 22 ଟି ଏୟାରଷ୍ଟ୍ରିପ । କେନ୍ଦ୍ର ବେସାମାରିକ ବିମାନ
ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଂଜାରାପୁ ଏନେଇ ସୂଚନା ଦେଇଛନ୍ତି । ଓଡିଶାରେ ଅଚଳ ଥିବା 22 ଟି ଏୟାରଷ୍ଟ୍ରିପକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ପୁରୀ ବିମାନବନ୍ଦରକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ପୁରୀରେ ଜଗନ୍ନାଥ ବିମାନ ବନ୍ଦର ଖୁବଶୀଘ୍ର ହେବ
କାର୍ଯ୍ୟକ୍ଷମ । ଜମି ସହ ଆବଶ୍ୟକୀୟ ଅନୁମତି ମିଳିସାରିଛି । ଶୀଘ୍ର ଆରମ୍ଭ ହେବ ଗ୍ରାଉଣ୍ଡ ଅପରେସନ କାର୍ଯ୍ୟ । ଦେଶରେ
ଅକ୍ଟୋବରରେ ଆରମ୍ଭ ହେବ ସି – ପ୍ଲେନ ସେବା । ଓଡିଶାର ଚିଲିକାରେ ଚାଲିବ ସି – ପ୍ଲେନ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
