ଲକ୍ଷେ୍ଣø, ୨୫ ଅଗଷ୍ଟ(ହି.ସ.) – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୋମବାର ତାଙ୍କ ସରକାରୀ ଘରେ ୫ କାଲିଦାସ ମାର୍ଗରେ ଅନ୍ତରୀକ୍ଷ ଯାତ୍ରୀ ଶୁଭାଂଶୁ ଶୁକ୍ଳା ପରିବାର ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପତ୍ନୀ, ଛୁଆମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ପହଂଚି ଶୁଭାଂଶୁଙ୍କ ମୁଖ୍ୟମନ୍ତ୍ରୀ ଯୋଗୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। ଏହି ଅବସରରେ ସିଏମ୍ ଯୋଗୀଙ୍କ ଛୁଆମାନଙ୍କୁ ଭଲପାଇବା ଦେଖିବାକୁ ମିଳିଥିଲା ଏବଂ ସେ ଶୁଭାଂଶୁ ଶୁକ୍ଳାଙ୍କ ପିଲାମାନଙ୍କୁ ସ୍ନେହ କରିବା ସହିତ ତାଙ୍କ ସହିତ କଥା ହୋଇଥିଲେ।
ଉଲ୍ଲେଖନୀୟ ଯେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ(ଆଇଏସ୍ଏସ୍)ରୁ ଫେରି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ସୋମବାର ଦିନ ଉତର ପ୍ରଦେଶର ରାଜଧାନୀ ଲକ୍ଷେ୍ଣø ପହଂଚିଛନ୍ତି। ଏଠାରେ ତାଙ୍କୁ ଏୟାରପୋର୍ଟରେ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ ମହାପୌର ସୁଷମା ଖର୍କୱାଲ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ତାଙ୍କ ସ୍ୱାଗତ ଯାତ୍ରାରେ ଲକ୍ଷେ୍ଣøବାସୀମାନେ ଶୁଭାଂଶୁଙ୍କୁ ଅଭିନନ୍ଦନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
…………………………………
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି
