ନୂଆଦିଲ୍ଲୀ, 27 ନଭେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୋର ସହଯୋଗୀ ଏବଂ ବନ୍ଧୁ
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଜଣେ ମେଳାପି ଓ ଏବଂ ବହୁମୁଖୀ ନେତା
ଭାବେ, ସେ ଖାଦ୍ୟ ସୁରକ୍ଷାକୁ ସଶକ୍ତ
କରିବା, କୃଷକମାନଙ୍କ ହିତ ସୁରକ୍ଷା
କରିବା, ସ୍ଥାୟୀ ବିକାଶକୁ ଆଗେଇ ନେବା
ଏବଂ ‘ବିକଶିତ ଭାରତ’ ଲକ୍ଷ୍ୟକୁ ସାର୍ଥକ କରିବା ପାଇଁ ଜୋରଦାର ପ୍ରୟାସ
କରୁଛନ୍ତି।ଭଗବାନଙ୍କ ନିକଟରେ ତାଙ୍କର ଖୁସି, ସୁସ୍ଥତା ଓ ସୁଦୀର୍ଘ ଜୀବନ କାମନା କରୁଛି
।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
