କୋରେଇ, ୦୧ ନଭେମ୍ବର (ହି.ସ.) – ଜନ୍ମ ଦିନକୁ ଚାରାରୋପଣ କରି ପାଲିଲେ ପାଣିକୋଇଲି ପଂଚାୟତ ଧଳ ସାହିର ଯୁବ ପ୍ରକୃତିପ୍ରେମୀ ସୁନିଲ କୁମାର ଧଳ । ସୁନୀଲ ପାଣିକୋଇଲିସ୍ଥିତ ମା ତାରିଣୀ ମହାବିଦ୍ୟାଳୟରେ କର୍ମଚାରୀ ରୁପେ କାର୍ଯ୍ୟରତ ଗୟାଧର ଧଳଙ୍କ ପୁତ୍ର ହୋଇଥିବା ବେଳେ ପିଲାଟି ବେଳରୁ ଜଣେ ପ୍ରକୃତିପ୍େରମୀ ଭାବେ ଆଜି ପର୍ଯ୍ୟନ୍ତ ୩୫୮ ଚାରା ରୋପଣ କରି ବଡ଼ ଗଛରେ ପରିଣତ କରିପାରିଛନ୍ତି । ନିଜର ଜନ୍ମ ଦିନ ହେଉ ବା ଯେ କୈାଣସି କାର୍ଯ୍ୟରେ ସ୍ମୃତି ସ୍ୱରୁପ ସେ ଚାରାଟିଏ ରୋପଣ କରି ନିଜର ସମାଜ ପ୍ରତି ଉତର ଦାୟିତ୍ୱକୁ ତୁଲାଇଛନ୍ତି । ସାଧାରଣତଃ ସେ ରାସ୍ତା କଡ଼, ପୋଖରୀ ହୁଡ଼ା ଆଦିରେ ରେ ଅଶ୍ୱତଥ, ବର , କଦମ୍ବ, ନି. ପେସ୍ତାବାଦାମ ଆଦି ଗଛର ଚାରା ରୋପଣ କରୁଥବା ବେଳେ ରାସ୍ତା କଡ଼ରେ ଆମ୍ବ,ପଣସ, ଜାମୁ, ଆତ ଆଦି ଫଳ ଗଛ ଲଗାଇ ବଡ଼ କରିଛନ୍ତି । ସୁନୀଲ ବର୍ତମାନ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ସଇଲଙ୍ଗ ଠାରେ ଥିବା ମା ତାରିଣୀ ନର୍ସିଂ କଲେଜରେ ଆଡ଼ମିନି୍େଟ୍ରଟିଭ ଅଫିସର ଭାବେ କାର୍ଯ୍ୟରତ ଥିବା ବେଳେ ସମୟ ପାଇଲେ ସେ ନୁତନ ଚାରା ରୋପଣ ସହିତ ଲଗାଇଥିବା ଗଛର ଯତ୍ନ ନେବାକୁ ଭୁଲନ୍ତିନାହିଁ । ତେବେ ସୁନୀଲ ସମସ୍ତ ଯୁବକ ମାନଙ୍କୁ ନିଜର ଅଥବ ପରିବାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ଦିନରେ କେକ ନ କାଟି ଚାରାରୋପଣ କରି ସମାଜ ପ୍ରତି ନିଜର ଉତରଦାୟିତ୍ୱ ତୁଲାଇବାବା ସହିତ ପ୍ରତ୍ୟେକ କାର୍ଯ୍ୟରେ ଉପହାର ସହିତ ଗଛଟିଏ ଦେବା ଲାଗି ସେ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ/ବନ୍ଦନା
