
ଭବାନୀପାଟଣା, ୯ ନଭେମ୍ବର (ହି.ସ.)- ଜିଲ୍ଲାପାଳଙ୍କ ବାସଗୃହ ସମ୍ମିଳନୀ କକ୍ଷରେ ଗତକାଲି ଅପରାହ୍ନରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ନିମନ୍ତେ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସି.ଡି.ଏମ.ଓ , ଡି. ପି.ଏଚ.ଓ , ଏ.ଡି.ପି.ଏଚ.ଓ ( ଲେପ୍ରୋସି ), ଡବ୍ଲୁ ଏଚ୍ ଓ ଅଧିକାରୀ, ଡି ଇ ଓ, ଡ଼ି.ଆଇ.ପି.ଆର.ଓ, ଡ଼ି.ଏଲ.ସି, ଡି ଏସ ଡବ୍ଲୁ ଓ ଏବଂ ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ଥିଲେ । ଏହି ବୈଠକରେ କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବା LCDC ( କୁଷ୍ଠ ରୋଗର ଚିହ୍ନଟ ଅଭିଯାନ ) ଆଗାମୀ ୦୧.୧୨.୨୦୨୩ ରୁ ୧୪.୧୨.୨୦୨୩ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା । ସେଥିରେ ଜିଲ୍ଲାରେ ତଥା ରାଜ୍ୟର କୁଷ୍ଠ ରୋଗ ପରିସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।ଜିଲ୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଏବେ ୪୭୯ ଜଣ କୁଷ୍ଠ ରୋଗୀ ଅଛନ୍ତି ଏବଂ ବର୍ଷକୁ ବର୍ଷ ହାରାହାରି ୪୦୦ ରୋଗୀ ଚିହ୍ନଟ ହେଉଛନ୍ତି । ଡିସେମ୍ବର ୧ ରୁ ୧୪ ପର୍ଯ୍ୟନ୍ତ ଅଭିଯାନରେ ଜିଲ୍ଲାର ସମସ୍ତ ବ୍ଲକରେ ଆଶାକର୍ମୀ ଓ ଏଫ୍ ଏଲ ଡବ୍ଲୁ ମିଶି ଘରକୁ ଘର ବୁଲି କୁଷ୍ଠ ରୋଗ ଚିହ୍ନଟ କରିବେ ଏବଂ ଏଥିରେ ସ୍ଵାସ୍ଥ୍ୟ କର୍ମୀ, ସ୍ଵାସ୍ଥ୍ୟ ପରିଦର୍ଶକ,ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହଯୋଗ ରହିବ।୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତର ଲକ୍ଷ୍ୟ ସାଧନ ପାଇଁ ସମସ୍ତ ବିଭାଗର ସହଯୋଗ ଏବଂ ସହଭାଗିତା ଉପରେ ଗୁରୁତ୍ଵାରୋପ କରାଗଲା । ଡବ୍ଲୁ ଏଚ ଓ ପରାମର୍ଶଦାତା ପି ପି ଟି ମାଧ୍ୟମରେ ସମସ୍ତ ବିଷୟ ଗୃହ ରେ ଜଣାଇ ଲୁକ୍କାୟିତ ଅବସ୍ଥାରେ ଥିବା କୁଷ୍ଠ ରୋଗୀଙ୍କୁ ଚିହ୍ନଟ ଏବଂ ଯଥା ସମ୍ଭବ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଗଲେ କୁଷ୍ଠରୋଗ ଜନିତ ହେଉଥିବା ଅସୁବିଧାକୁ ସହଜରେ ଏଡାଇ ଦିଆଯାଇପାରିବ, ସାମାଜିକ ପାତର – ଅନ୍ତରକୁ ଦୂର କରିବା ନିମନ୍ତେ ସହାୟକ ହେବ ।
ପରିଶେଷରେ ଅତିରିକ୍ତ ଜିଲ୍ଲା କୁଷ୍ଠ ଜନସ୍ଵାସ୍ଥ୍ୟ ଅଧିକାରୀ ଅନ୍ୟମାନଙ୍କର ମତାମତକୁ କାର୍ଯ୍ୟକାରୀ କରିବା, ସମସ୍ତ ସଦସ୍ୟ ମାନଙ୍କର ସହଯୋଗ ମିଳିଲେ କଳାହାଣ୍ଡିକୁ କୁଷ୍ଠମୁକ୍ତ କରାଯାଇପାରିବ ବୋଲି ମତ ରଖିଥିଲେ ଏବଂ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ।
ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ପ୍ରଦୀପ୍ତ/ସମନ୍ୱୟ
