
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.) କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ରଚିତ ଅନେକ ଜାତୀୟତାବାଦୀ କବିତା ସମସ୍ତଙ୍କୁ ଏକଜୁଟ କରିବା ସହ ସ୍ଵାଧୀନତା ସଂଗ୍ରାମକୁ ବଳିଷ୍ଠ କରିଥିଲା। ତାଙ୍କ ଅମାପ ଦେଶପ୍ରେମ ଓ କାଳଜୟୀ ସୃଜନସୃଷ୍ଟି ସର୍ବଦା ସ୍ମରଣୀୟ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
