ଗଂଜାମ, 25 ଅକ୍ଟୋବର (ହି.ସ.)
ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ର ଗ୍ରାମାଞ୍ଚଳରେ ଭୋଟର ଲିଷ୍ଟ ପ୍ରସ୍ତୁତି ପାଇଁ ବିଏଲଓ ମାନଙ୍କୁ ନିଯୁକ୍ତି କରାଯାଇଛି। ଏମାନଙ୍କ ଦୁର୍ଦ୍ଦଶା କହିଲେ ନସରେ ଭୋଟ ଲିଷ୍ଟ ପ୍ରସ୍ତୁତି କାର୍ଯ୍ୟକ୍ରମ ବର୍ତ୍ତମାନ ଅନଲାଇନ କରିବାକୁ ପଡୁଛି। ଏଥିପାଇଁ ବିଏଲଓ ମାନଙ୍କୁ ସ୍ମାର୍ଟ ଫୋନ ଟିଏଯୋଗା ଯାଉନାହିଁ କିମ୍ବା ଫୋନ୍ ରିଚାର୍ଯ୍ଯପାଇଁ ଅର୍ଥ ଦିଆ଼ଯାଉନାହି କୈ।ଣସିକାର୍ଯ୍ଯରସାମାନ୍ଯ ବିଳମ୍ବ ହେଲେହେଲେ ଅଯଥାରେ ଉପରିସ୍ଥ ଅଧିକାରୀ ମାନେ କଇଫିଏତ ତଲବ କରୁଛନ୍ତି। ଏମାନଙ୍କୁ ବାରମ୍ବାର ବ୍ଳକ ଯିବାକୁ ପଡୁଛି।ଥରେ ଗଲେ ୧୦୦,୨୦୦ଟଙ୍କାଖର୍ଚାନ୍ତ ହେବାକୁ ପଡୁଛି।ଵର୍ଷକୁ ଏମାନଙ୍କୁ ମାତ୍ର ଛଅ ହଜାର ଟଙ୍କାପାରିଶ୍ରମିକ ଦିଆଯାଉଛି। ପୁଣି ନିୟମିତ ଠିକ୍ ସମୟରେ ମିଳୁନାହିଁ। ଏମାନଙ୍କୁ ବାର୍ଷିକ ଵାର ହଜାର ଟଙ୍କା ପାରିଶ୍ରମିକ ଦେବାକୁ ଘୋଷଣା ହୋଇଥିଲେ ମଧ୍ୟ ତାହା କାର୍ଯ୍ୟ କାରୀ ହୋଇନଥିବାରୁ ବିଏଲଓ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ନିର୍ବାଚନ କମିଶନରଏସଵୁବ୍ଯଵସ୍ଥାର ସମାଧାନ କରିବା ସହଵିଏଲଓ ମାନଙ୍କୁ ଭୋଟକାର୍ଯ୍ଯ ସମ୍ପାଦନା ପାଇଁ ତୁରନ୍ତ ଗୋଟିଏ ଲେଖାଏଁ ଟାଵଲେଟ ଫୋନ୍ ଯୋଗାଇଦେବାକୁ ଦାବି ହେଉଛି। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
—————
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
