
ଭୁବନେଶ୍ୱର, 23 ଡିସେମ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି, ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ଭାବେ ପ୍ରସିଦ୍ଧ ବିଶିଷ୍ଟ ନାଟ୍ଯକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ମଞ୍ଚ ନାଟକର ପ୍ରସାର ସହ ଉନ୍ନତି ଦିଗରେ ତାଙ୍କର ‘ଭାତ’, ‘ଅଭିଯାନ’, ‘ରକ୍ତମାଟି’ ଭଳି ଅନନ୍ୟ ସୃଷ୍ଟି ପାଇଁ ସେ ଚିରସ୍ମରଣୀୟ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
