ଭୁବନେଶ୍ୱର, 22 ଅଗଷ୍ଟ (ହି.ସ.)- କଟକ ସିଟି
ହସ୍ପିଟାଲର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । କିଶୋର
ସାହାଣୀଙ୍କ ନାଁରେ ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗ ହୋଇଛି । ସରକାରୀ ଅର୍ଥ ହେରଫେର
ଅଭିଯୋଗରେ ୭ ଜଣିଆ ଟିମ୍ ଚଢାଉ କରିଛି । ଏହି ରେଡ୍ରେ
9ଜଣ ଡିଏସପି, 10 ଇନସପେକ୍ଟର, 7 ଏଏସଆଇ ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି । କଟକ
ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ପକ୍ଷରୁ ଜାରି ୱାରେଣ୍ଟ ବଳରେ କଟକ ଜିଲ୍ଲାରେ ତାଙ୍କର
5ଟି ଠିକଣାରେ ରେଡ୍ କରାଯାଇଛି । କଟକ, ଜୋବ୍ରା ନୂଆସାହିରେ ଥିବା 3ମହଲା ଘର, ଚୌଦ୍ୱାର
ପଲାସିଆରେ ଥିବା ବିଲ୍ଡିଂ ଓ ଫାର୍ମ ହାଉସ, କଟକ ସିଡିଏମଓ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ,
ତୁଳସୀପୁରର ଦେଉଳସାହି ସ୍ଥିତ ତାଙ୍କ ଶ୍ୱଶୁର ଘର, ଉତରକୂଳରେ ଥିବା ପୈତୃକ ଘରେ ଭିଜିଲାନ୍ସ
ରେଡ୍ କରିଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
