• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଓଡ଼ିଶାରେ ଆରମ୍ଭ ହେଲା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ
Regional

ଓଡ଼ିଶାରେ ଆରମ୍ଭ ହେଲା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ

CliQ INDIA
Last updated: January 8, 2024 3:06 pm
CliQ INDIA
Share
5 Min Read
SHARE

ଭୁବନେଶ୍ୱର, 08 ଜାନୁଆରୀ (ହି.ସ.) -କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲାଙ୍କ ନେତୃତ୍ୱରେ ଆଜି ଗଞ୍ଜାମ ଜିଲ୍ଲାର ଅର୍ଜିପଲ୍ଲୀ ମାଛଧରା ବନ୍ଦରରୁ ଓଡ଼ିଶାରେ ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଶ୍ରୀ ପରଷୋତ୍ତମ ରୂପାଲା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅନେକ ହିତାଧିକାରୀ ସେମାନଙ୍କର ପ୍ରାଥମିକ ଅନୁଭୂତି ବାଣ୍ଟିବା ସହ ନୂତନ ଡଙ୍ଗା ଏବଂ ଜାଲ ପାଇଁ ଅନୁରୋଧ କରିଥିଲେ ଏବଂ କେସିସି ଓ ପିଏମଏମଏସୱାଇ ଯୋଜନା ସେମାନଙ୍କ ଜୀବନରେ ଉଲ୍ଲେଖନୀୟ ଅବଦାନ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ, ମଞ୍ଜୁରୀ/ପ୍ରମାଣପତ୍ର ବଣ୍ଟନ କରାଯିବା ସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ପ୍ରଗତିଶୀଳ ମତ୍ସ୍ୟଜୀବୀଙ୍କୁ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ନୀତୁ କୁମାରୀ ପ୍ରସାଦ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶକ ସିଦ୍ଦିକି ଆଲାମ୍ ଏବଂ ଅନ୍ୟ ସମ୍ମାନିତ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନଇରୀ ମତ୍ସ୍ୟଜୀବୀ ଗ୍ରାମ ପରିଦର୍ଶନ କରିଥିଲେ। ଶ୍ରୀମତୀ ନୀତୁ କୁମାରୀ ପ୍ରସାଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ରୂପାଲା ଯାନ୍ତ୍ରିକ, ମୋଟରଚାଳିତ ଓ ପାରମ୍ପରିକ ଡଙ୍ଗା ମାଲିକ ସଂଘର ପ୍ରତିନିଧି, ଶୁଖିଲା ମାଛ ପ୍ରୋସେସର, ମହିଳା ଏସ୍ଏଚ୍ଜି ସଦସ୍ୟ ଆଦି ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଜୀବିକା, ମତ୍ସ୍ୟ ଚାଷରୁ ଖାଦ୍ୟ ନିରାପତ୍ତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନାଚକ୍ର ମତ୍ସ୍ୟଜୀବୀଙ୍କୁ ସେମାନଙ୍କର ଅନ୍ତରର ଅନୁଭୂତି ଏବଂ ସେମାନଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ପ୍ରକାଶ କରିବାରେ ସାହାଯ୍ୟ କରିଥିଲା । ଆଗାମୀ ଦିନରେ ମଧ୍ୟ ସାଗର ପରିକ୍ରମା ଭଳି କାର୍ଯ୍ୟକ୍ରମ ପାଇଁ ହିତାଧିକାରୀମାନେ ଅନୁରୋଧ କରିଛନ୍ତି।

ଶ୍ରୀ ପରଷୋତ୍ତମ ରୂପାଲା ପିଏମଏମଏସୱାଇ, କେସିସି ଭଳି ଯୋଜନାରେ ହିତାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭିତ୍ତିଭୂମି ବିକାଶ, ବିପଣନ, ରପ୍ତାନି ଏବଂ ଅନୁଷ୍ଠାନିକ ବ୍ୟବସ୍ଥା ଇତ୍ୟାଦି ମତ୍ସ୍ୟ ଉତ୍ପାଦନ, ଉତ୍ପାଦକତା ଏବଂ ଏହା ସହିତ ଜଡିତ କାର୍ଯ୍ୟକଳାପ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଯୋଜନା ବିଷୟରେ ଉଦବୋଧନ ଦେଇଥିଲେ । ମତ୍ସ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ହିତାଧିକାରୀମାନେ ଆଗେଇ ଆସି ଯୋଜନାର ସୁଫଳ ନେବାକୁ ସେ ଅନୁରୋଧ କରିଛନ୍ତି। ହିତାଧିକାରୀମାନେ ଯେପରି ଏହାର ଲାଭ ନେଇପାରିବେ ସେଥିପାଇଁ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସହଯୋଗ କରିବାକୁ ସେ ସ୍ୱେଚ୍ଛାସେବୀମାନଙ୍କୁ ଅନୁରୋଧ କରିଥିଲେ। ବାଲୁଗାଁ ସ୍ଥିତ ଚିଲିକା ହ୍ରଦ ମାଛ ମାର୍କେଟରେ ମାଛ ବିକ୍ରେତାଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଚିଲିକା ହ୍ରଦ ଭାରତ ତତା ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ଏକ ବୃହତ୍ତମ ହ୍ରଦ, ଯେଉଁଥିରେ ବିଭିନ୍ନ ପ୍ରଜାତିର ମାଛ ସମେତ ସମୃଦ୍ଧ ଜୈବ ବିବିଧତା ରହିଛି । ପାଖାପାଖି ୧ ଲକ୍ଷ ୯୦ ହଜାର ମତ୍ସ୍ୟଜୀବୀ ଚିଲିକା ହ୍ରଦ ସହ ଜଡ଼ିତ ଥିବାରୁ ମତ୍ସ୍ୟଚାଷ ସହ ଜଡ଼ିତ ଲୋକଙ୍କ ବାସ୍ତବତାକୁ ବୁଝିବାରେ ଏହି ଆଲୋଚନା ସହାୟକ ହୋଇଥିଲା।

ଶ୍ରୀ ପରଷୋତ୍ତମ ରୂପାଲା କିସାନ କ୍ରେଡିଟ୍ କାର୍ଡ (କେସିସି)ର ପ୍ରଚାର ପ୍ରସାର ଉପରେ ଆଲୋଚନା କରି କହିଲେ ଯେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରାକ୍ ସଚେତନତା ଶିବିର ଆୟୋଜନ କରାଯାଇଛି, ଯେଉଁଠାରେ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀମାନଙ୍କୁ କେସିସି ପଞ୍ଜୀକରଣ ଏବଂ ଏହାର ଫାଇଦା ବିଷୟରେ ସଚେତନ କରାଯାଇଥିଲା । ମତ୍ସ୍ୟ ବିଭାଗ ସମଗ୍ର ଭାରତବର୍ଷରେ ମତ୍ସ୍ୟଜୀବୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଯୋଗାଯୋଗ ଏବଂ ସଚେତନତା ବୃଦ୍ଧି କରିବା ପାଇଁ ‘‘ମତ୍ସ୍ୟ ସମ୍ପଦ ସଚେତନତା ଅଭିଯାନ’’ ଉପରେ ଏକ ରଣନୀତିକ ପଦକ୍ଷେପ ଗ୍ରହଣ କରିସାରିଛି ବୋଲି ସେ ସୂଚନା ଦେଇଥିଲେ । ସାଗର ପରିକ୍ରମା ଏକାଦଶ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସମାନ୍ତରାଳ ଭାବେ ‘‘ମତ୍ସ୍ୟ ସମ୍ପଦ ସଚେତନତା ଅଭିଯାନ’’ ହାତକୁ ନିଆଯାଇଛି ।

ଏହାପରେ ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ବାଲୁଗାଁ ମାଛ ଅବତରଣ କେନ୍ଦ୍ରରେ ପହଞ୍ଚିଥିଲା। କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତ୍ସ୍ୟଜୀବୀ, ମହିଳା, ମତ୍ସ୍ୟ ଚାଷୀ, ପିଏଫସିଏସ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ସେମାନେ ସୂଚନା ଦେଇଥିଲେ ଯେ ମତ୍ସ୍ୟଜୀବୀ ମହିଳାମାନଙ୍କ ପାଇଁ ପିଏମଏମଏସୱାଇ ଯୋଜନାରେ ବିଶେଷ ଧ୍ୟାନ ଦିଆଯାଇଛି । ଏହାଦ୍ୱାରା ଲିଙ୍ଗଗତ ସମାବେଶୀ ପରିବେଶ, ମହିଳାଙ୍କ ସାମାଜିକ-ଆର୍ଥିକ ବିକାଶ ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ସାମଗ୍ରିକ ଅଭିବୃଦ୍ଧି ଆଣିପାରିବ ।

ପ୍ରାୟ ୯୨୦୦ ମତ୍ସ୍ୟଜୀବୀ, ବିଭିନ୍ନ ମତ୍ସ୍ୟ ଅଂଶୀଦାର, ବିଶେଷଜ୍ଞମାନେ ବିଭିନ୍ନ ସ୍ଥାନରୁ ସାଗର ପରିକ୍ରମା ପର୍ଯ୍ୟାୟ ଏକାଦଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ୟୁଟ୍ୟୁବ୍, ଟ୍ୱିଟର ଏବଂ ଫେସବୁକ୍ ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା।

ପୃଷ୍ଠଭୂମି

ସାଗର ପରିକ୍ରମା ଯାତ୍ରାର ୧୦ଟି ପର୍ଯ୍ୟାୟ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଆୟୋଜିତ ହୋଇଯାଇଛି । ଏହା ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବା ସହ ବିଭିନ୍ନ ସଂସ୍କୃତିର ମୁକାବିଲା କରିବାର ପ୍ରତୀକ ସାଜିଛି । ୧୦ଟି ପର୍ଯ୍ୟାୟ ସଫଳ ହେବା ପରେ ମତ୍ସ୍ୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ ଓ ମତ୍ସ୍ୟଜୀବୀ ପ୍ରତିନିଧିମାନେ ସଂଗଠିତ ହେବା ସହ ସାଗର ପରିକ୍ରମା, ଏକାଦଶ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରେ ୪୮୦ କିଲୋମିଟର ସମୁଦ୍ର କୂଳ, ୨୪,୦୦୦ ବର୍ଗ କିଲୋମିଟର କଣ୍ଟିନେଣ୍ଟାଲ ସେଲ୍ଫ ଅଞ୍ଚଳ, ୦.୦୧୭ ନିୟୁତ ବର୍ଗ କିଲୋମିଟର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର, ୩୩ଟି ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା, ୫୭ଟି ବରଫ କାରଖାନା ଏବଂ ୩ଟି ମାଛ ଓ ଚିଙ୍ଗୁଡ଼ି ଖାଦ୍ୟ କାରଖାନା ରହିଛି। ଓଡ଼ିଶାର ଜଳ ଜୈବ ବିବିଧତା ଏବଂ ମାଛର ପ୍ରାଚୁର୍ଯ୍ୟତା ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଏବଂ ବାଣିଜ୍ୟିକ ମାଛଧରା ଏବଂ ଜଳଚାଷ ଭଳି ବିଭିନ୍ନ ଶିଳ୍ପକୁ ସହାୟତା କରିଥାଏ ।

ମତ୍ସ୍ୟଜୀବୀଙ୍କ ଆର୍ଥିକ ସଶକ୍ତୀକରଣ ମାଧ୍ୟମରେ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ବିପୁଳ ସମ୍ଭାବନା ଥିବା ମାଛଧରା ଶିଳ୍ପକୁ ଏକ ଉଦୀୟମାନ କ୍ଷେତ୍ର ଭାବରେ ବିବେଚନା କରାଯାଏ। ମତ୍ସ୍ୟଜୀବୀଙ୍କ ସମସ୍ୟା, ଅନୁଭୂତି ଓ ଆକାଂକ୍ଷାକୁ ଭଲ ଭାବରେ ବୁଝିବା ସହ ମତ୍ସ୍ୟଜୀବୀ ଗ୍ରାମର ପରିସ୍ଥିତିକୁ ବୁଝିବା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ଉପଲବ୍ଧ ଯୋଜନା ଉପରେ ଆଲୋକପାତ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ସାଗର ପରିକ୍ରମା ଯାତ୍ରା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର /

You Might Also Like

ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟରେ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳିତ
ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କାର୍ଯ୍ୟକ୍ରମ ନେଇ ସମୀକ୍ଷା ବୈଠକ | BulletsIn
ରାଜ୍ୟ ସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍‌ଘାଟନୀ ସମାରୋହ ଆଜି
ଦିବ୍ୟାଙ୍ଗ ଦମ୍ପତ୍ତି ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ, ବାରମ୍ବାର ସରକାରୀ ଅଫିସ ଦୌଡିବା ପରେ ନିରାଶ
ବିଶ୍ୱ ମୃତ୍ତିକା ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
Next Article ବିକାଶ ଓ ମହେଶ କୁକରେଜାଙ୍କ ଭଜନ ଶେୟାର କଲେ ପିଏମ ମୋଦି
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?