ନୂଆଦିଲ୍ଲୀ, 8 ଜାନୁଆରୀ (ହି.ସ.)ବିକାଶ ଓ ମହେଶ କୁକରେଜାଙ୍କ ଭଜନ ଶେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି ଭଜନ ଶେୟାର କରି କହିଛନ୍ତି ଯେ, ଅଯୋଧ୍ୟା ସହ ସାରା ଦେଶରେ ଆଜି ପ୍ରଭୁ ଶ୍ରୀରାମଙ୍କ ସ୍ୱାଗତରେ ସବୁଆଡେ ମଙ୍ଗଳ ଗାନ କରାଯାଉଛି । ଏହି ପୁଣ୍ୟ ଅବସରରେ ରାମଲଲାଙ୍କ ଭକ୍ତିରେ ଓତପ୍ରୋତ ବିକାଶ ଓ ମହେଶ କୁକରେଜାଙ୍କ ଭଜନ ଆପଣ ନିଶ୍ଚିତ ଶୁଣନ୍ତୁ ବୋଲି ପିଏମ ମୋଦି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
