ଭୁବନେଶ୍ୱର, 6 ଜାନୁଆରୀ (ହି.ସ.)- ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହୋଇନାହିଁ ବୋଲି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ସ୍ଥଗିତ ନିଷ୍ପତି ନେଇନୁ ।ସରକାରଙ୍କ ସହ କିଛି ଆଲୋଚନା ହୋଇଛି, ଆଉ କିଛି ବାକି ଅଛି । ଆମର ୧୦ ଦଫା ଦାବି ଥିଲା, ସରକାର ସେଥିରୁ ଗୋଟିଏ ମାନିଥିଲେ । ଗୋଟିଏ ମାନି ଘୋଷଣା କଲେ, କିନ୍ତୁ କିଛି କାର୍ଯ୍ୟକାରୀ କଲେନି । ଆମେ ବହୁତ ପ୍ରତାରଣାର ଶିକାର ହୋଇଛୁ । ତେଣୁ ଏଥର ଦାବି ପୂରଣ ହେଲା ପରେ ନିଷ୍ପତି ନେବୁ ଆନ୍ଦୋଳନ ସ୍ଥଗିତ ରଖିବୁ ନା କୋହଳ କରିବୁ । ସେହିପରି କାଲିର କାର୍ଯ୍ୟପନ୍ଥା କଣ ହେବ, ଆଜି ସଂଧ୍ୟାରେ ନିଷ୍ପତି ନେବୁ ବୋଲି କହିଛନ୍ତି ପ୍ରଶାନ୍ତ । ଏହା ପୂର୍ବରୁ ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିବା ସୂଚନା ଦେଇଥିଲେ ପରିବହନ କମିଶନର ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
