ରୋମ/ନୂଆଦିଲ୍ଲୀ, 4 ନଭେମ୍ବର (ହି.ସ.) ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଇଟାଲୀ ରାଷ୍ଟ୍ରପତି ସର୍ଜିୟୋ ମୈତରେଲା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ରୋମରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ଡକ୍ଟର ଜୟଶଙ୍କର ଏହି ନେତାମାନଙ୍କ ସହ ରକ୍ଷା, ସାଇବର ସୁରକ୍ଷା ସହିତ ଆତଙ୍କବାଦ ବିରୁଦ୍ଧରେ ଲଢେଇ ପରି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଇଟାଲୀର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିୟୋ ତାନାଜୀଙ୍କ ନିମନ୍ତ୍ରଣ କ୍ରମେ ଜୟଶଙ୍କର ରୋମ ଗସ୍ତ କରିଥିଲେ ।
ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଶନିବାର ଏକ ବୟାନରେ କୁହାଯାଇଛି ଯେ, ଇଟାଲିର ରାଷ୍ଟ୍ରପତି ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଭାରତ-ଇଟାଲୀ ତଥା ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଗଭୀର କରିବା ପାଇଁ ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
