ଭୁବନେଶ୍ୱର, 3 ଜାନୁଆରୀ (ହି.ସ.) ଆଜି ନୂଆବର୍ଷରେ ବଲାଙ୍ଗିର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ମୁଖ୍ୟମନ୍ତ୍ରୀ 2220 କୋଟିର 112ଟି ପ୍ରକଳ୍ପ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ସୁକତେଲ ପ୍ରକଳ୍ପ ଯୋଗୁ ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର 200ରୁ ଅଧିକ ଗ୍ରାମର 80 ହଜାରରୁ ଅଧିକ କୃଷକଙ୍କ ପାଇଁ ଜଳସେଚନ ସୁବିଧା ହୋଇପାରିବ । ଏହାସହ ବଲାଙ୍ଗିର ଜିଲ୍ଲାର 2ଟି ସହରାଞ୍ଚଳର 70ହଜାର ଜନସଂଖ୍ୟା ପାଇଁ ପାନୀୟ ଜଳ ବ୍ୟବସ୍ଥା ହୋଇପାରିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
