ଭୁବନେଶ୍ୱର, 3 ଜାନୁଆରୀ (ହି.ସ.)ଆଜି ହେଉଛି ସାବିତ୍ରୀ ବାଈ ଫୁଲେଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ, ମହିଳା ଅଧିକାରୀ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ମହାନ ସମାଜ ସଂସ୍କାରକ ସାବିତ୍ରୀ ବାଈ ଫୁଲେଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
