ନୂଆଦିଲ୍ଲୀ, 7 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର 17ତମ ବ୍ରିକ୍ସ୍ ଶିଖର ସମ୍ମିଳନୀରେ
ବୈଶ୍ୱିକ ସଂସ୍ଥାରେ ବ୍ୟାପକ ସୁଧାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ବର୍ତ୍ତମାନ ବୈଶ୍ୱିକ
ସଂରଚନା ଏକବିଂଶ ଶତାବ୍ଦୀର ଚ୍ୟାଲେଞ୍ଜର ସମାଧାନ କରିବାରେ ଅସମର୍ଥ। ସେ କହିଛନ୍ତି, ଏହି ସଂସ୍ଥାଗୁଡିକ ବିନା ‘ନେଟୱାର୍କ୍’ ବିଶିଷ୍ଟ ସିମ୍ କାର୍ଡ ପରି ହୋଇଯାଇଛନ୍ତି – ଥିଲେ ମଧ୍ୟ ତାଙ୍କର କୌଣସି ପ୍ରଭାବ ନାହିଁ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର
ସମ୍ବୋଧନରେ କହିଛନ୍ତି ଯେ ବିଶ୍ୱ ଦକ୍ଷିଣକୁସର୍ବଦା ଦୋହରା ମାନଦଣ୍ଡର
ଶିକାର ହେବାକୁ ପଡିଛି — ତାହା ବିକାଶର ସୁଯୋଗ ହେଉ,
ସଂସାଧନର
ବଣ୍ଟନ ହେଉ କି ସୁରକ୍ଷା ସଂପର୍କୀୟ ମାମଲା। ସେ କହିଛନ୍ତି, “ଜଳବାୟୁ, ଅର୍ଥ,ବିକାଶ
ଓ ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଶ୍ୱ ଦକ୍ଷିଣକୁ କେବଳ ଦେଖାଇବା ସମର୍ଥନ
ମିଳିଛି, କିନ୍ତୁ ପ୍ରକୃତ ଭାବେ କୌଣସି ପ୍ରାଥମିକତା ଦିଆଯାଇନି।”
ମୋଦି କହିଛନ୍ତି ଯେ 20ତମ ଶତାବ୍ଦୀରେ ସ୍ଥାପିତ ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଆଜି
ବିଶ୍ୱର ଦୁଇ-ତୃତୀୟାଂଶ ଜନସଂଖ୍ୟାର ଯଥୋଚିତ ପ୍ରତିନିଧିତ୍ୱ କରୁନାହାନ୍ତି। ସେ ମିଳିତ ଜାତିସଂଘ
ସୁରକ୍ଷା ପରିଷଦ, ବିଶ୍ୱ ବ୍ୟବସାୟ ସଂଗଠନଓ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ପରି ସଂସ୍ଥାରେ ସଂରଚନାତ୍ମକ ସୁଧାର ଦାବି କରି କହିଛନ୍ତି, ‘ଯେତେବେଳେ ଆମେ ପ୍ରତି ସପ୍ତାହ ନୂତନ ଟେକ୍ନୋଲୋଜି ଅପଡେଟ୍ ଗ୍ରହଣ
କରୁଛୁ, ସେଠି ଗତ 80 ବର୍ଷ ଧରି ବିନା କୌଣସି
ପରିବର୍ତ୍ତନରେ ବିଶ୍ୱ ସଂସ୍ଥାଗୁଡ଼ିକ କିପରି ଚାଲିପାରିବ?’ ସେ
ଏହା ମଧ୍ୟ କହିଛନ୍ତି, ‘21ତମ ଶତାବ୍ଦୀର ସଫ୍ଟୱେର୍, 20ଶତାବ୍ଦୀର ଟାଇପରାଇଟର ଦ୍ୱାରା ଚାଲିପାରିବ ନାହିଁ।’ ଏହିକାରଣରୁ ଆଧୁନିକୀକରଣ ଏକ ବର୍ତ୍ତମାନ ଯୁଗର ଆବଶ୍ୟକତା ଓ ଏହା
ପୂରଣ ହେବା ଅତ୍ୟନ୍ତ ଜରୁରୀ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
