
ଭୁବନେଶ୍ୱର, 28 ନଭେମ୍ବର (ହି.ସ.) ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ । ଗତକାଲି ବସରେ ଲକ୍ଷାଧିକ ଟଙ୍କା ନେଇ ଯାତ୍ରା କରୁଥିବା ବେଳେ ଧରାପଡିଥିଲେ ଆଇଆଇସି । ଜୟପୁର ଛପକଣ୍ଠ ଟାଙ୍କୁଆ ନିକଟରେ ମାଡିବସିଥିଲା ଭିଜିଲାନ୍ସ । ଆଜି ସକାଳେ ଆଇଆଇସିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ପୁଳା ପୁଳା ଟଙ୍କା ଜବତ ହୋଇଛି । ବୈପାରୀଗୁଡା ଆଇଆଇସିଙ୍କ କଟକସ୍ଥିତ କ୍ୱାର୍ଟରରେ ଚଢାଉ ବେଳେ ଆନୁମାନିକ 25ଲକ୍ଷ ଜବତ କରାଯାଇଛି । ଏହାର ଗଣତି ଜାରି ରହିଛି ।
କାଲି ଆଇଆଇସିଙ୍କ ବ୍ୟାଗରୁ 2ଲକ୍ଷ 70ହଜାର ଟଙ୍କା ଜବତ ହୋଇଥିଲା । ଏତେ ଟଙ୍କା କେଉଁଠି ଆଣିଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ସେ ନେଇ ଖୋଳତାଡ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
