ଭୁବନେଶ୍ୱର, 28 ନଭେମ୍ବର (ହି.ସ.) ଆଜି ହେଉଛି ମହାତ୍ମା ଜ୍ୟୋତିବା ଫୁଲେଜୀଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ମହାନ ସମାଜ ସୁଧାରକ, ଦଳିତ ଏବଂ ମହିଳା ସଶକ୍ତିକରଣ ପାଇଁ ସମର୍ପିତ, ବିଚାରକ, ଲେଖକ, ମହାତ୍ମା ଜ୍ୟୋତିବା ଫୁଲେଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
