ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)- ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସରେ ସଚେତନତା
ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ଅବସରରେ
ଆସନ୍ତୁ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା। ସତର୍କତା, ସଚେତନତା ଏବଂ
ନିୟନ୍ତ୍ରଣକୁ ଗୁରୁତ୍ଵ ଦେଇ ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
