ନୂଆଦିଲ୍ଲୀ, 30 ଡିସେମ୍ବର (ହି.ସ.) ରାଜଧାନୀ ଦିଲ୍ଲୀରୁ ଅଯୋଧ୍ୟା ଧାମ ପାଇଁ ପ୍ରଥମ ବାଣିଜି୍ୟକ ଉଡାଣ ଆଜି ମହର୍ଷି ବାଲ୍ମିକୀ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଅବତରଣ କରିବ । ଏହି ବିମାନ ନେଇ ପାଇଲଟ୍ ଇନ୍ କମାଣ୍ଡ କ୍ୟାପଟେନ ଆଶୁତୋଷ ଶେଖର ପହଞ୍ଚିବେ । ଆଶୁତୋଷ ଶେଖରଙ୍କ ପରିବାର ଅନେକ ପିଢି ଧରି ଅଯୋଧ୍ୟା ଧାମର ଶ୍ରୀ ରାମ ବଲ୍ଲଭାକୁଞ୍ଜ ଜାନକୀ ସ୍ଥାନର ବାସିନ୍ଦା ଅଟନ୍ତି ।
ଇଣ୍ଡିଗୋର ଏହି ଉଡାଣ ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରୁ ଦ୍ୱିପ୍ରହର ପରେ 2.40ରେ ବାହାରିବ ଏବଂ 4.00ଟାରେ ଅଯୋଧ୍ୟାରେ ପହଞ୍ଚିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
