
ନୂଆଦିଲ୍ଲୀ, 15 ଅକ୍ଟୋବର – ମହାରାଷ୍ଚ୍ରର ସମ୍ଭାଜୀ ନଗର ଠାରେ ହୋଇଥିବା ଭୀଷଣ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ମୃତାହତଙ୍କ ପରିବାର ପାଇଁ ସେ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନିଜର ଶୋକ ବାର୍ତାରେ କହିଛନ୍ତି. ସକାଳୁ ସକାଳୁ ସମ୍ଭାଜୀ ନଗର ଠାରେ ହୋଇଥିବା ଭୀଷଣ ଦୁର୍ଘଟଣାର ସୂଚନା ମିଳିବା ପରେ ମୋ ମନ ଖୁବ ଦୁଃଖିତ । ପୀଡିତ ପରିବାର ମାନଙ୍କ ପ୍ରତି ମୋର ସମବେଦନା ରହିଛି । ଆହତ ମାନଙ୍କର ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛି ।
ଏହି ଦୁର୍ଘଟଣାରେ ମୃତକ ମାନଙ୍କ ପରିବାର ଲୋକଙ୍କୁ 2-2 ଲକ୍ଷ ଟଙ୍କା ଓ ଆହତ ମାନଙ୍କୁ 50 -50 ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବାକୁ ନେଇ ସେ ଘୋଷଣା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
