
ନୂଆଦିଲ୍ଲୀ, 15 ଅକ୍ଟୋବର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଚ୍ରର ସମ୍ଭାଜୀ ନଗର ଠାରେ ହୋଇଥିବା ଭୀଷଣ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ ହୋଇଥିବା ଭୟଙ୍କର ସଡକ ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହେବାର ଖବର ଶୁଣି ଦୁଃଖିତ । ଶୋକସନ୍ତପ୍ତ ପରିବାରଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରୁଛି ଓ ଆହତ ମାନଙ୍କର ଖୁବ ଶୀଘ୍ର ଆରୋଗ୍ୟ ଲାଭ କରିବାକୁ କାମନା କରୁଛି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
