• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଆଇଆଇଏମ ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର
National

ଆଇଆଇଏମ ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର

CliQ INDIA
Last updated: September 21, 2025 10:45 am
CliQ INDIA
Share
3 Min Read
SHARE

• ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବା ଲାଗି ଭାରତ ‘‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’’ର ମନ୍ତ୍ର ନେଇ ସାହସ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି: ଡକ୍ଟର ପି.କେ ମିଶ୍ର

ନୂଆଦିଲ୍ଲୀ, ୨୦ ସେପ୍ଟେମ୍ବର (ହି.ସ.) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଆଜି ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ), ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିଛନ୍ତି। ଭାରତର ଅଗ୍ରଣୀ ଆଇଆଇଏମଗୁଡ଼ିକ ମଧ୍ୟରେ ଷଷ୍ଠ ସ୍ଥାନ ହାସଲ କରିଥିବାରୁ ସେ ଶିକ୍ଷାନୁଷ୍ଠାନକୁ ପ୍ରଶଂସା କରିବା ସହିତ ଡିଗ୍ରୀ ହାସଲ କରିଥିବା ସ୍ନାତକୋତ୍ତୋର ଏବଂ ପିଏଚଡି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର ସଫଳତାରେ ଶିକ୍ଷକ, ମାତାପିତା ଏବଂ ସାଥୀମାନଙ୍କର ସ୍ନେହ, ସହଯୋଗ ଏବଂ ମାର୍ଗଦର୍ଶନ ରହିଥିବା ଡକ୍ଟର ମିଶ୍ର ଉଲ୍ଲେଖ କରିଛନ୍ତି।

ତାଙ୍କର ଅଭିଭାଷଣରେ, ବର୍ତ୍ତମାନର ଆର୍ଥିକ ପରିଦୃଶ୍ୟରେ ଦେଖା ଦେଇଥିବା ଜଟିଳତା, କୋଭିଡ ୧୯ ମହାମାରୀ, ବାଣିଜ୍ୟ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଯୁକ୍ତିଗତ ବାଧକ ଭଳି ବିଶ୍ୱସ୍ତରୀୟ ସମସ୍ୟା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବା ଲାଗି ଭାରତ ‘‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’’ର ମନ୍ତ୍ର ନେଇ ସାହସ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି।

ଡକ୍ଟର ମିଶ୍ର କହିଛନ୍ତି, ଭାରତ ନବସୃଜନ କ୍ଷେତ୍ରରେ ବିଶ୍ୱର ଏକ ପ୍ରମୁଖ ରାଷ୍ଟ୍ର ରୂପେ ପରିଣତ ହୋଇଛି । ଏବେ ଦେଶରେ ୧୦୦ରୁ ଅଧିକ ୟୁନିକର୍ଣ୍ଣ ଏବଂ ୧.୯ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ଏହା ସହିତ ସରକାର ୧ ଲକ୍ଷ କୋଟି ଟଙ୍କାର ଅନୁସନ୍ଧାନ ଜାତୀୟ ଗବେଷଣା ଫଣ୍ଡ, ଇଣ୍ଡିଆ ଏଆଇମିଶ ଏବଂ ଡିପ୍ ଟେକ୍ ଫଣ୍ଡ ଅଫ୍ ଫଣ୍ଡସର ଶୁଭାରମ୍ଭ କରିଛନ୍ତି ।

ମାନବ ସମ୍ବଳ ବିକାଶ ଉପରେ ଡକ୍ଟର ମିଶ୍ର କହିଛନ୍ତି ବୈଷୟିକ ଦକ୍ଷତା ଯଥେଷ୍ଟ ନୁହେଁ, ଆଭିମୁଖ୍ୟ, ଦଳଗତ କାର୍ଯ୍ୟ, ମୁକ୍ତଭାବନା, ଆପୋସ ସମ୍ମାନ, ସହୃଦୟତା, ନୈତିକତା, ପାରଦର୍ଶିତା ଏବଂ ନିଷ୍ଠା ମଧ୍ୟ ଜରୁରୀ। ବ୍ୟକ୍ତିଗତ ଦକ୍ଷତା ଅପେକ୍ଷା ଦଳଗତ ଭାବନା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ନିରନ୍ତର ଶିକ୍ଷା ଜାରି ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଜ୍ଞାନ ହିଁ କେବଳ ପରିବର୍ତ୍ତିତ ବିଶ୍ୱ ପାଇଁ ଉପଯୋଗୀ ବୋଲି ସେ କହିଛନ୍ତି।

ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରି ଡକ୍ଟର ମିଶ୍ର ୨୦୧୪ଠାରୁ କାର୍ମିକ ପରିଚାଳନାରେ ଆସିଥିବା ରଣନୀତିକ ପରିବର୍ତ୍ତନ ବିଷୟରେ କହିଥିଲେ। ସେ କହିଥିଲେ ଏକବିଂଶ ଶତାବ୍ଦୀର ପ୍ରଶାସନିକ ସେବା ବ୍ୟବସ୍ଥା ଗଠନ କରିବା ଏହାର ଲକ୍ଷ୍ୟ ଥିଲା। ଏଥିମଧ୍ୟରୁ ଗୋଟିଏ ଥିଲା ଯୁଗ୍ମସଚିବ, ଅତିରିକ୍ତସଚିବଏବଂଭାରତସରକାରଙ୍କସଚିବଭଳିବରିଷ୍ଠପଦବୀପାଇଁତାଲିକାଭୁକ୍ତ କରାଯିବାପ୍ରକ୍ରିୟାରପୁନର୍ବିନ୍ୟାସ।ସେକହିଥିଲେଯେସରକାର୨୦୧୬ରେଏକବହୁମୁଖୀମତାମତ ସଂଗ୍ରହ (ଏମଏସଏଫ) ବ୍ୟବସ୍ଥାପ୍ରଚଳନକରିଥିଲେ।ଏହିବ୍ୟବସ୍ଥାରେବରିଷ୍ଠ, କନିଷ୍ଠ, ସହକର୍ମୀଏବଂବାହ୍ୟଅଂଶୀଦାରମାନଙ୍କଠାରୁମୂଲ୍ୟାୟନସାମିଲ କରାଯାଇଛିଯାହାକିନିଷ୍ପତ୍ତିଗ୍ରହଣ, ଦାୟିତ୍ୱ, ବିତରଣ, ସକ୍ରିୟତାଏବଂସଚ୍ଚୋଟତାପାଇଁଖ୍ୟାତିଭଳିଗୁଣଗୁଡ଼ିକରମୂଲ୍ୟାଙ୍କନକରିଥାଏ।ଚୟନରନିରପେକ୍ଷତାରେଦୃଢ଼ବିଶ୍ୱସନୀୟତାସହିତଏହିସଂସ୍କାରପ୍ରତିଭାଭଣ୍ଡାରକୁବିସ୍ତାରକରିଛି ବୋଲି ଡକ୍ଟର ମିଶ୍ର କହିଥିଲେ ।ଏକଦ୍ରୁତ-ବିକଶିତଭାରତରଆକାଂକ୍ଷାପୂରଣକରିବାପାଇଁ ଶାସନ ଢାଞ୍ଚାକୁ ନୂଆ ରୂପ ଦିଆଯାଇଥିବା ସେ ଉଲ୍ଲେଖ କରିଥିଲେ । ସେହିପରି ଗ୍ରୁପ୍ ବି ଏବଂ ସି ପୋଷ୍ଟ ପାଇଁ ବ୍ୟକ୍ତିଗତ ସାକ୍ଷାତକାର ବନ୍ଦ କରାଯିବା ଫଳରେ ପକ୍ଷପାତିତା ହ୍ରାସ ପାଇଥିବା ସେ ମତବ୍ୟକ୍ତ କରିଥିଲେ। ମିଶନ କର୍ମଯୋଗୀ ମାଧ୍ୟମରେ ପ୍ରଶାସନିକ ସେବାର କ୍ଷମତା ବୃଦ୍ଧି କରାଯାଉଛି। ଆଇଗଟ କର୍ମଯୋଗୀ ପ୍ଲାଟଫର୍ମ ଜରିଆରେ ଏବେ ୩,୩୦୦ ପାଠ୍ୟକ୍ରମ ଉପଲବ୍ଧ ହେଉଛି ଏବଂ ୧.୩ କୋଟିରୁ ଅଧିକ ବ୍ୟବହାରକାରୀ ଏହାର ଲାଭ ପାଇପାରୁଛନ୍ତି ବୋଲି ସେ ଆହୁରି କହିଥିଲେ ।

ଡକ୍ଟରମିଶ୍ରଉଲ୍ଲେଖକରିଥିଲେଯେ୭୯% କର୍ମଚାରୀକନିଷ୍ଠସ୍ତରର, ଏବଂ୫୦ଲକ୍ଷରୁଅଧିକଭୂମିକା-ଆଧାରିତପାଠ୍ୟକ୍ରମସମାପ୍ତକରିଛନ୍ତି।୧୦୭ଟିମନ୍ତ୍ରଣାଳୟ/ବିଭାଗଏବଂସଂଗଠନକୁସହାୟତାକରିବାଏବଂତାଲିମପ୍ରତିଷ୍ଠାନପାଇଁଜାତୀୟମାନଦଣ୍ଡସ୍ଥାପନକରିବାରେଦକ୍ଷତାବିକାଶକମିଶନରଭୂମିକାବିଷୟରେ ସେବିସ୍ତୃତଭାବରେବର୍ଣ୍ଣନାକରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଅନିଲ

You Might Also Like

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ
ଜାତୀୟ ସ୍ତରରେ ମନରେଗା ଆନ୍ଦୋଳନ ଡାକରା, ଯୋଜନାର ଶେଷ ତାରିଖ ପୂର୍ବରୁ ରାଜନୈତିକ ଝଡ଼
ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ଜୟ ହନୁମାନ ହମ୍ପିର ଅଞ୍ଜନାଦ୍ରି ବେଟ୍ଟା ଠାରେ ଔପଚାରିକ ଭାବେ ଶୁଭାରମ୍ଭ ହେଲା, ପ୍ରଶାନ୍ତ ବର୍ମାଙ୍କ ପୌରାଣିକ ଆକ୍ସନ୍ ମହାକାବ୍ୟରେ ଋଷଭ ଶେଟ୍ଟୀ ମୁଖ୍ୟ ଭୂମିକାରେ ରହିବେ
କାମାଖ୍ୟା ମନ୍ଦିରର ପାର୍କିଂ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବିଜେପି ଶିଳ୍ପ ପ୍ରକୋଷ୍ଠ ତରଫରୁ ଲୋକାଲ ଫର୍ ଭୋକାଲ କର୍ମଶାଳା
Next Article ଭୀମ ଭୋଇ ସାମର୍ଥ୍ୟ ଶିବିରରେ ୨୮୨ ଭିନ୍ନକ୍ଷମ ପଞ୍ଜୀକୃତ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?