ଇମ୍ଫାଲ, 2 ଜାନୁଆରୀ (ହି.ସ.) ମଣିପୁରରେ ଆଖିବୁଜା ଗୁଳିକାଣ୍ଡରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।
ମଙ୍ଗଳବାର ମଣିପୁର ପୋଲିସ ପକ୍ଷରୁ କୁହାଯାଇଛଇ ଯେ, ଥୌବଲ ଜିଲ୍ଲାର ଲିଲୋଙ୍ଗ ଗାଁରେ ସୋମବାର ଦିନ ଅଜଣା ଆତତାୟୀମାନେ ଆଖିବୁଜା ଗୁଳି କରିଛନ୍ତି । ଏହି ଗୁଳିକାଣ୍ଡରେ 4ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ପରେ ମଣିପୁରର ଇମ୍ଫାଲ ଘାଟିର 5ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଘଟଣା ପରେ ସମସ୍ତ ମନ୍ତ୍ରି ଓ ପାର୍ଟିର ବିଧାୟକଙ୍କ ସହ ବୈଠକ କରିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
