ନୂଆଦିଲ୍ଲୀ କଂଗ୍ରେସ ପାର୍ଟି ଉତ୍ତରାଧିକାର ଟିକସ ପ୍ରସଙ୍ଗ ଉପରେ ନିୟମିତ ଭାବେ ସଫେଇ ଦେଉଛି । ଆଜି ପାର୍ଟିର ମହାସଚିବ ପୁଣି ଥରେ ସାମ୍ବାଦିକଙ୍କ ସହ ଆଲୋଚନା କରି କହିଛନ୍ତି ଯେ, କଂଗ୍ରେସର ନ୍ୟାୟ ପତ୍ରରେ ଉତ୍ତରାଧିକାର ଟିକସର କୌଣସି ପ୍ରସଙ୍ଗ ନାହିଁ ।
କଂଗ୍ରେସ ପକ୍ଷରୁ ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ଖଣ୍ଡନ କରାଯାଇଛି । ଜୟରାମ ରମେଶ ଏହାର ଖଣ୍ଡନ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ ଯେ, କଂଗ୍ରେସ କ୍ଷମତାକୁ ଆସିବା ପରେ ପିଢି ପରେ ପିଢି ସମ୍ପତ୍ତି ହସ୍ତାନ୍ତରଣ ଉପରେ ଟିକସ ନେବ ।
