ଲକ୍ଷ୍ନୌ, 17 ଅକ୍ଟୋବର (ହି.ସ.) ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ଟୋବର 21ରେ ସେନାର ଶୌର୍ଯ୍ୟ ସଂଗ୍ରହାଳୟ ନିମନ୍ତେ ଶିଳାନ୍ୟାସ କରିବେ । ଏହି ଅବସରରେ ଭାଇସ୍ ଆଡମିରଲ ସମେତ ପ୍ରଶାସନ ଓ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ରହିବେ । ଗୋମତୀ ନଦୀ କୂଳରେ ପୋଲିସ ମୁଖ୍ୟାଳୟ ନିକଟରେ ପ୍ରାୟ 23କୋଟି ଟଙ୍କା ବିନିଯୋଗରେ ଏହି ସଂଗ୍ରହାଳୟ ନିର୍ମାଣ ହେବ । ଲକ୍ଷ୍ନୌରେ କିଛି ଧାର୍ମିକ ସ୍ଥଳୀ ଓ ଐତିହାସକ ସ୍ଥାନ ଆକର୍ଷଣରେ ଥିବା ବେଳେ ଏବେ ଏହି ନୌସେନା ସଂଗ୍ରହାଳୟ ପର୍ଯ୍ୟଟନ ଶିଳ୍ପକୁ ଆହୁରି ବୃଦ୍ଧି କରିବ । ଏହି ମ୍ୟୁଜିୟମରେ ନୌସେନାର ରିଟାୟର୍ଡ ଯୁଦ୍ଧତୋପ, ଆଇଏନଏସ ଗୋମତୀ ସମ୍ପର୍କିତ ଉପକରଣ, ମିସାଇଲ୍, ଟାରପିଡୋ, କ୍ୟାନନ ତଥା ଅନ୍ୟ ସାମଗ୍ରୀ ରଖାଯିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
