
ବଶିରହାଟ, 14 ଡିସେମ୍ବର (ହି.ସ.) ଉତ୍ତର 24 ପ୍ରଗଣା ଜିଲ୍ଲା ବଶିରହାଟ ଧଲ୍ଟୟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଇଟାଭାଟିର ଚିମଣି ଭୁଶୁଡିବା କାରଣରୁ 3ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି 30ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ପୋଲିସ ସୂଚନାନୁସାରେ ଇଟାଭାଟି ଭୁଶୁଡିବା ସମୟରେ ସେଠାରେ କାମ କରୁଥିବା ଶ୍ରମିକ ଫସିଯାଇଥିଲେ । ଏହାପରେ ଭଗ୍ନାବଶେଷ ତଳୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ୟୁପିର ଫୈଜାବେଦ ବାସିନ୍ଦା ଜେଠୁରାମ ଓ ରାକେଶ କୁମାର ସାମିଲ ଅଛନ୍ତି । ତୃତୀୟ ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ହଫିଜୁଲ ମଣ୍ଡଳ ।
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାୟ 20ଜଣ ଆହତ ହୋଇଛନ୍ତି । ବଶିରହାଟ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
