ରାଂଚି, 8 ଅଗଷ୍ଟ(ହି.ସ)-ଦେବଘରର ବିଶ୍ୱ ପ୍ରସିଦ୍ଧ ବାବା ବୈଦ୍ୟନାଥ ଧାମରେ ଭକ୍ତମାନଙ୍କ ଭିଡ଼ ଜମିବାରେ ଲାଗିଛି । ଶୁକ୍ରବାର
ଭୋର ୪:୦୯ ରୁ ମନ୍ଦିରର ପହଡ ଖୋଲିବା ସହିତ ଜଳାର୍ପଣ ଆରମ୍ଭ ହୋଇଯାଇଛି। ସମସ୍ତ ଭକ୍ତଙ୍କୁ
ବିଏଡ଼ି କଲେଜରୁ ତିୱାରୀ ଚକ, ଶିବରାମ ଝା ଚକ, ନେହେରୁ ପାର୍କ, କ୍ୟୁ କମ୍ପ୍ଲେକ୍ସ ଦେଇ ଜିଲ୍ଲା ପ୍ରଶାସନ ଦ୍ୱାରା ଟିକେ କଡ଼ା
ସୁରକ୍ଷା ବ୍ୟବସ୍ଥାରେ ଜଳାର୍ପଣ କରାଯାଉଛି। ସମସ୍ତ କାଉଡ଼ିଆମାନେ ଶୃଙ୍ଖଳାବଦ୍ଧ ଭାବରେ “ବୋଲ ବୋମ” କହି ବାବାଙ୍କ ଉପରେ ଜଳାର୍ପଣ କରୁଛନ୍ତି।
କାଉଡ଼ିଆମାନେ ସୁଲତାନଗଂଜରୁ ଜଳ ନେଇ ୧୦୫ କି.ମି. ପାଦଯାତ୍ରା କରି ବାବା ବୈଦ୍ୟନାଥ ଧାମ
ପହଁଚି ଜଳ ଅର୍ପଣ କରନ୍ତି। ଜିଲ୍ଲା ପ୍ରଶାସନ ଅନୁଯାୟୀ, ଏବେ ସୁଦ୍ଧା ଶ୍ରାବଣ ମେଳାରେ ମୋଟ ୫୩ ଲକ୍ଷ ୯୧ ହଜାର ୮୭୧ ଭକ୍ତ ବାବା ବୈଦ୍ୟନାଥ ଉପରେ ଜଳ
ଅର୍ପଣ କରିସାରିଛନ୍ତି। ଦେଶର ସମସ୍ତ କୋଣ ଅନୁକୋଣ ଓ ବିଦେଶରୁ ମଧ୍ୟ ଭକ୍ତମାନେ ଆସି ଭୋଳାନାଥଙ୍କୁ
ଜଳ ଲାଗି କରୁଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
