
ୱାଶିଂଟନ, 23 ନଭେମ୍ବର (ହି.ସ.) ଆମେରିକା-କାନାଡାକୁ ଯୋଡୁଥିବା ରେନବୋ ବ୍ରିଜ ଉପରେ କାରରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ 2ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ଦୁଇଦେଶ ମଧ୍ୟରେ ଯିବାଆସିବା ସ୍ଥଗିତ ରଖାଯାଇଛି । ଆତଙ୍କୀ ଗତିବିଧିରେ ଜଡିତ ଥିବା ଅନୁମାନ କରି ଏଫବିଆଇ ଏହାର ତଦନ୍ତ କରୁଛି ।
ସୂଚନା ମୁତାବକ, ବିସ୍ଫୋରଣ ପରେ ସୁରକ୍ଷା ଅଧିକାରୀମାନେ ଅଞ୍ଚଳରେ ଚାରିପଟୁ ଆମେରିକା-କାନାଡା ବର୍ଡର କ୍ରସିଂକୁ ବନ୍ଦ କରିଦେଇଛନ୍ତି । ଅନ୍ୟପଟେ ବିସ୍ଫୋରଣ କେଉଁ ଦେଶର ନାଗରିକଙ୍କ ମୃତ୍ୟୁ ହୋଇଛି, ତାହା ଏବେ ସୁଦ୍ଧା ଜଣାପଡିନାହିଁ ।
ଆମେରିକାର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ କାରଟି ଆମେରିକା ପଟୁ ଆସୁଥିଲା । ବର୍ଡର କ୍ରସିଂ ଉପରେ ସୀମା ଶୁଳ୍କ ଷ୍ଟେସନରେ ଧକ୍କା ଦେବା ପରେ ଗାଡିଟି ଉଡିଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
