ନୂଆଦିଲ୍ଲୀ, 27 ଅକ୍ଟୋବର (ହି.ସ.)-କେନ୍ଦ୍ର ଗୃହ ଏବଂ ସହକାରିତା
ମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅମିତ ଶାହ ଆଜି ଦେଶର ଆର୍ଥିକ ରାଜଧାନୀ
ମୁମ୍ବାଇରେ ପାର୍ଟିର କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରେ ମହାରାଷ୍ଟ୍ର ଭାଜପାର ନୂତନ
କାର୍ଯ୍ୟାଳୟର ଶିଳାନ୍ୟାସ କରାଯିବ। ଏହି ସୂଚନା ଭାଜପା
ତାର ଏକ୍ସହ୍ୟାଣ୍ଡଲରେ ସୂଚନା
ଦେଇଛି।
ଭାଜପାର ପୋଷ୍ଟ ଅନୁସାରେ,
ଅମିତ ଶାହ ଦ୍ୱିପ୍ରହର 1ଟା 15ମିନିଟ୍ ସମୟରେ
ଐତିହାସିକ ଚର୍ଚଗେଟ୍ ନିକଟରେ ଥିବା ବ୍ଲକ୍ ନମ୍ବର 9ରେ ପହଞ୍ଚିବେ। ସେ ଏଠାରେ ଥିବା ବସାନି ଚାମ୍ବର୍ସରେ
ମହାରାଷ୍ଟ୍ର ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ କରି ନିର୍ମାଣ କାମର
ଶୁଭାରମ୍ଭ କରିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
