
ଗ୍ୟାଙ୍ଗଟକ, 6 ଜାନୁୟାରୀ (ହି.ସ)- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠୁ ତିନି ଦିବସୀୟ ସିକିମ ଗସ୍ତରେ ଆସୁଛନ୍ତି । ସିକିମ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ସୀତାରମଣ ଗ୍ୟାଙ୍ଗଟକର ମନନ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା କ୍ରେଡିଟ୍ ଆଉଟରିଚ କାର୍ଯ୍ୟକ୍ରମରେ ଭାଗ ନେବେ । ପୂର୍ବ ସିକ୍କିମରେ ଭାରତ-ଚୀନ ସୀମାନ୍ତରେ ଥିବା କୁକୁପ ଗାଁକୁ ଗସ୍ତ କରିବେ । ଜାନୁୟାରୀ 8ରେ ଦିଲ୍ଲୀ ଫେରିଆସିବେ କେନ୍ଦ୍ରମନ୍ତ୍ରୀ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
