ନୂଆଦିଲ୍ଲୀ, 1 ମାର୍ଚ୍ଚ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି କର୍ଣ୍ଣାଟକର ଧାରୱାଡ ଗସ୍ତ କରିବେ । ନିଜର ଏକ ଦିବସୀୟ ଗସ୍ତରେ ଧନଖଡ ଭାରତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ ଧାରୱାଡର ସ୍ଥାୟୀ ପରିସର ଯିବେ ଏବଂ ସେଠାରେ ମୁଖ୍ୟ ଦ୍ୱାର ପରିସର, ଜ୍ଞାନ ସଂଶାଧନ ଏବଂ ଡାଟା କେନ୍ଦ୍ର ଓ ସେଂଟ୍ରାଲ ଲର୍ନିଂ ଥିଏଥରର ଉଦଘାଟନ କରିବେ ।
ଏହି ଅବସରରେ ଉପରାଷ୍ଟ୍ରପତି ସଂସ୍ଥାନରେ ରୁଫଟପ ସୋଲାର ପ୍ୟାନେଲ ସୁବିଧା ପାଇଁ ଶିଳାନ୍ୟାସ କରିବେ । ନ୍ୟୁ-ସୁପର ସ୍ପେଶାଲିଟି ନେତ୍ର ହସ୍ପିଟାଲ ଏମଏମ ଜୋଶୀ ଆଇ ଇନଷ୍ଟିଚ୍ୟୁଟର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ।
