ନୂଆଦିଲ୍ଲୀ, ରାଷ୍ଟ୍ରୀୟ ରାଜଧାନୀର ପ୍ରଗତି ମୈଦାନ ପରିସରରେ ସ୍ଥାପିତ ଭାରତ ମଂଡପମରେ ଆଜି ତିନି ଦିବସୀୟ ଷ୍ଟାର୍ଟ ଅପ ମହାକୁମ୍ଭ ଆଜି ଠାରୁ ଆରମ୍ଭ ହେଉଛି । ଏଥିରେ 10 ଥିମ ପ୍ୟାଭିଲିୟନ ରହିଛି । ଶିଳ୍ପ ସମ୍ବର୍ଧନ ଓ ଆନ୍ତରିକ ବାଣିଜ୍ୟ ବ୍ୟାପାର ବିଭାଗର ସଚିବ ରାଜେଶ କୁମାର ସିଂହ ଏହି ସୂଚନା ଦେଇଛନ୍ତି।
