ରାୟପୁର, 2 ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ ଗସ୍ତ କରିବେ । ଏଠାରେ କାଙ୍କେର ଜିଲ୍ଲାର ଗୋବିନ୍ଦପୁର ମୈଦାନରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ପିଏମ ମୋଦି ।
ଅପରାହ୍ନ 2ଟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ରାୟପୁର ପହଞ୍ଚିବେ । 2.45 ମିନିଟରେ କାଙ୍କେର ପହଞ୍ଚିବେ । ଗତ 4ମାସରେ ପିଏମ ମୋଦି 5ମ ଥର ପାଇଁ ଛତିଶଗଡ ଆସୁଛନ୍ତି ।
ପ୍ରଧାନମନ୍ତ୍ରୀ କାଙ୍କେର, ଅନ୍ତାଗଢ ଓ ଭାନୁପ୍ରତାପପୁର ବିଧାନସଭା କ୍ଷେତ୍ରରେ ଦଳର ପ୍ରାର୍ଥୀଙ୍କ ପାଇଁ ଲୋକଙ୍କ ସମର୍ଥନ ଅପିଲ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର 7ରେ ସରଗୁଜା ଗସ୍ତ କରିବେ । ସେଠାରେ ବିଶ୍ରାମପୁର ଓ ସୁରଜପୁରରେ ନିର୍ବାଚନୀ ସଭା କରିବେ । ଏହାପରେ ନଭେମ୍ବର 14ରେ ରାୟପୁରରେ ରୋଡ୍ ଶୋ କରିବେ ପିଏମ ମୋଦି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
