କେନ୍ଦ୍ରାପଡ଼ା, ୨୭ ଜାନୁଆରୀ – କେନ୍ଦ୍ରାପଡାରେ ନୂତନ ଏସ୍.ପି. ଭାବେ ଶ୍ରୀ ବି. ଯୁଗଳ କିଶୋର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶନିବାର ମଧ୍ୟାହ୍ନରେ ଏସ.ପି ଶ୍ରୀ ଯୁଗଳ କିଶୋର କାର୍ଯ୍ୟରେ ଯୋଗଦାନ ପରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ଡିଏସପି ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ । ଏହି ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡାକଡି ଭାବେ ପାଳନ କରିବା ସହିତ କୈାଣସି ଅପରାଧୀ କୁ କ୍ଷମା ନକରିବା ଓ ଜନ ସାଧାରଣଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା, ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତି ଓ ବରିଷ୍ଠ ନାଗରିକ ମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା, ଜନ ସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଟ୍ରାଫିକ ସମସ୍ୟା ଆଦି ସଂପର୍କରେ ଆଲୋଚନା କରିଥିଲେ । ଏଥିସହିତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯୁଗଳ କିଶୋର ସଂନ୍ଧ୍ୟା ସମୟରେ ବିଭିନ୍ନ ଥାନା ପରିଦର୍ଶନ କରି ପରିସ୍ଥିତି ସଂପର୍କରେ ତଦାରଖ କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ଯୁଗଳ କିଶୋର ପୂର୍ବରୁ କଟକ, ବାଲେଶ୍ୱର ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ମାନଙ୍କରେ ଏସ୍.ପି ଭାବେ ଯୋଗ ଦେଇ ଦକ୍ଷତାର ସହ କାର୍ଯ୍ୟକରି ସୁନାମ ଅର୍ଜନ କରିଥିବା ଜଣାପଡିଛି ।
