ନୂଆଦିଲ୍ଲୀ, 27 ଜାନୁଆରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ 29 ତାରିଖ ଦିନ ହେବାକୁ ଥିବା ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମାନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ସେ ଏହି ପତ୍ରରେ କହିଛନ୍ତି, ଆଗାମୀ 29 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ର ଛାତ୍ରୀ ମାନଙ୍କ ସହ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମରେ ଯୋଗଦାନ କରି ଆଲୋଚନା କରିବେ । ଏହାକୁ ଦୂରଦର୍ଶନ ସମତେ ଅନ୍ୟ ଘରୋଇ ଚାନେଲ ମାନଙ୍କରେ ପ୍ରସାରଣ କରାଯିବ । ତେଣୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମାନେ ସେମାନଙ୍କ ସୁବିଧା ଅନୁସାରେ ଯେ କୌଣସି ସ୍ଥାନରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି ।
