ଶିମଲା : ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମଲାର ଐାତିହାସିକ ତାରାଦେବୀ ମନ୍ଦିରରେ ମଙ୍ଗଳବାର ପ୍ରାର୍ଥନା କରିଛନ୍ତି । ତାରାଦେବୀ ମନ୍ଦିର ପରିଦର୍ଶନ କରିବାରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିମାଚଳ ପ୍ରଦେଶରେ ପାଂଚ ଦିନିଆ ଗସ୍ତରେ ଅଛନ୍ତି । ସେ ୧ ମଇରେ ଶିମଲାରେ ପହଂଚିଥିଲେ । ସେ ଶିମଲା ନିକଟସ୍ଥ ଛରାବଡା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଦି ରିଟ୍ରିଟରେ ରହିଛନ୍ତି । ରହିବାର ଚତୁର୍ଥ ଦିନରେ ରାଷ୍ଟ୍ରପତି ମୁର୍ମୁ ପ୍ରାୟ ୧୨:୧୫ ରେ ତାରାଦେବୀ ମନ୍ଦିରରେ ପହଂଚିଥିଲେ । ରାଷ୍ଟ୍ରପତି ମୁର୍ମୁ ମନ୍ଦିରରେ ପ୍ରାର୍ଥନା କରିଥିଲେ । ମନ୍ଦିରର ମୁଖ୍ୟ ପୁରୋହିତ ଦଶ ମହାବିଦ୍ୟମାନଙ୍କ ମଧ୍ୟରୁ ମାତା ତାରାଙ୍କ ବିଶେଷ ପୂଜା କରିଥିଲେ । ରାଷ୍ଟ୍ରପତିଙ୍କୁ ମାତାଙ୍କ ଚୁନି ଏବଂ ପ୍ରସାଦ ଦିଆଯାଇଥିଲା । ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଥିଲେ । ଏହି ଅବସରରେ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା ମଧ୍ୟ ଉପସ୍ଥିତ ଥିଲେ ।
