ବେଙ୍ଗାଲୁରୁ, 25 ଅଗଷ୍ଟ (ହି.ସ.)
ଦକ୍ଷିଣ ଭାରତ ଶବ୍ଦ
ହିନ୍ଦୀ ସେବୀ ସମ୍ମାନ ପାଇଁ ପ୍ରଫେସର ପ୍ରଭାଶଙ୍କର ପ୍ରେମୀଙ୍କ ନାମ ଘୋଷଣା
– ହିନ୍ଦୀ ରଚନାକାରଙ୍କ
ପ୍ରସିଦ୍ଧ ସାହିତ୍ୟିକ ସଂସ୍ଥା ‘ଶବ୍ଦ’ ଦ୍ୱାରା ବର୍ଷ 2025 ପାଇଁ ‘ଅଜ୍ଞେୟ ଶବ୍ଦ ସୃଜନ ସମ୍ମାନ’ ତଥା ‘ଦକ୍ଷିଣ ଭାରତ ଶବ୍ଦ ହିନ୍ଦୀ ସେବୀ ସମ୍ମାନ’ ପାଇଁ ଚୟନିତ ନାମଗୁଡିକୁ ଘୋଷଣା କରାଯାଇଛି। ଏହି ବର୍ଷର ‘ଅଜ୍ଞେୟ ଶବ୍ଦ ସୃଜନ ସମ୍ମାନ’ ହିନ୍ଦୀ କବୟିତ୍ରୀ ଜସିନ୍ତା କେରକେଟ୍ଟାଙ୍କୁ ଏବଂ ‘ଦକ୍ଷିଣ ଭାରତ ଶବ୍ଦ ହିନ୍ଦୀ ସେବୀ ସମ୍ମାନ’ ଶିକ୍ଷାବିଦ ପ୍ରଫେସର ପ୍ରଭାଶଂକର ପ୍ରେମୀଙ୍କୁ ପ୍ରଦାନ କରାଯିବ। ଏହି
ସମ୍ମାନଗୁଡିକ 28 ଅଗଷ୍ଟରେ ଆୟୋଜିତ ସମାରୋହରେ ପ୍ରଦାନ କରାଯିବ।
ସୋମବାର ଦିନ ‘ଶବ୍ଦ’ ସଂସ୍ଥାର ଅଧ୍ୟକ୍ଷ ଡ଼ଃ ଶ୍ରୀନାରାୟଣ ସମୀର କହିଛନ୍ତି ଯେ, ଏହି ସମ୍ମାନଗୁଡ଼ିକ ପାଇଁ ନାମଗୁଡ଼ିକର ଚୟନ 5 ସଦସ୍ୟର ମୂଲ୍ୟାୟନ କମିଟିର
ସୁପାରିଶ ଅନୁସାରେ ଏକ ନିର୍ଣ୍ଣାୟକ ମଣ୍ଡଳ କରିଛନ୍ତି।
ଏହି ନିର୍ଣ୍ଣାୟକ ମଣ୍ଡଳରେ
ବାବୁଲାଲ ଗୁପ୍ତା, ଶ୍ରୀକାନ୍ତ
ପାରାଶର,
ନଳିନୀ ପୋପଟ୍, ଡ଼ଃ ଉଷାରାଣୀ ରାଓ ଏବଂ ଡ଼ଃ ଶ୍ରୀନାରାୟଣ ସମୀର ସାମିଲ ଥିଲେ। ଡ଼ଃ
ସମୀର କହିଛନ୍ତି ଯେ, ଏଥର 35ଟି ପ୍ରବେଶିକା (ଅର୍ଥାତ୍ ନାମାଙ୍କନ) ଆସିଥିଲା।
ମୂଲ୍ୟାୟନ କମିଟିର
ସୁପାରିଶ ଅନୁସାରେ ନିର୍ଣ୍ଣାୟକ ମଣ୍ଡଳ ସମ୍ମତି ସହିତ ଏହି ନିଷ୍କର୍ଷରେ ପହଞ୍ଚିଛି ଯେ, ଏହି ବର୍ଷର ଏକ ଲକ୍ଷ ଟଙ୍କା ମୂଲ୍ୟର ‘ଅଜ୍ଞେୟ ଶବ୍ଦ ସୃଜନ ସମ୍ମାନ’ ହିନ୍ଦୀ କବୟିତ୍ରୀ ଜସିନ୍ତା କେରକେଟ୍ଟାଙ୍କୁ ତାଙ୍କର କବିତା ସଂଗ୍ରହ
‘ପ୍ରେମ ମେଁ ପେ଼ଡ଼ ହୋନା’ ପାଇଁ ପ୍ରଦାନ କରାଯିବ।
ଡ଼ଃ ସମୀର କହିଛନ୍ତି ଯେ, 25 ହଜାର ଟଙ୍କାର ‘ଦକ୍ଷିଣ ଭାରତ ଶବ୍ଦ ହିନ୍ଦୀ ସେବୀ ସମ୍ମାନ’ ପ୍ରଫେସର ପ୍ରଭାଶଂକର ପ୍ରେମୀଙ୍କୁ କର୍ଣ୍ଣାଟକରେ ଉଚ୍ଚ ଓ ପ୍ରୌଢ
ଶିକ୍ଷା କ୍ଷେତ୍ରରେ ହିନ୍ଦୀ ଭାଷା ଓ ସାହିତ୍ୟର ପ୍ରଚାର-ପ୍ରସାରରେ ଉଲ୍ଲେଖନୀୟ ଅବଦାନ ପାଇଁ
ପ୍ରଦାନ କରାଯିବ।
ସେ ଏହା ମଧ୍ୟ ଜଣାଇଛନ୍ତି
ଯେ,
ଆସନ୍ତା 28 ଡିସେମ୍ବର 2025 ରେ ବେଙ୍ଗାଲୁରୁରେ ଆୟୋଜିତ ହେବାକୁଥିବା
ସାରସ୍ବତ ସମାରୋହରେ, ପୁରସ୍କାର ରାଶି ସହିତ ପାରମ୍ପରିକ ମୈସୁର ପେଟା, ସ୍ମୃତି ଚିହ୍ନ, ଶ୍ରୀଫଳ ଓ ଅଙ୍ଗବସ୍ତ୍ରମ୍ ପ୍ରଦାନ କରି ଉଭୟଙ୍କୁ ସମ୍ମାନିତ କରାଯିବ।
ସେ କହିଛନ୍ତି ଯେ, ‘ଅଜ୍ଞେୟ
ଶବ୍ଦ ସୃଜନ ସମ୍ମାନ’ ବେଙ୍ଗାଲୁରୁର ପ୍ରସିଦ୍ଧ ସମାଜସେବୀ ଓ ଅଜ୍ଞେୟ ସାହିତ୍ୟର ଗଭୀର ପାଣ୍ଡିତ୍ୟ ଥିବା ବାବୁଲାଲ
ଗୁପ୍ତାଙ୍କ ଫାଉଣ୍ଡେସନ୍ ସୌଜନ୍ୟରେ ଦିଆଯାଉଛି। ଏହିପରି ଭାବରେ,
‘ଦକ୍ଷିଣ ଭାରତ ଶବ୍ଦ ହିନ୍ଦୀ ସେବୀ
ସମ୍ମାନ’
ବେଙ୍ଗାଲୁରୁ ଓ ଚେନ୍ନାଇରୁ ପ୍ରକାଶିତ ହେଉଥିବା ପ୍ରମୁଖ ହିନ୍ଦୀ
ସମ୍ବାଦପତ୍ର ଗ୍ରୁପ ‘ଦକ୍ଷିଣ ଭାରତ ରାଷ୍ଟ୍ରମତ’ ସୌଜନ୍ୟରେ ପ୍ରଦାନ କରାଯାଉଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
