ଲକ୍ଷେ୍ମø, ୨୦ ଫେବୃଆରୀ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୂରଦର୍ଶୀ ନେତୃତ୍ୱ, ରାଜ୍ୟରେ ଉତ୍କୃଷ୍ଟ ସମ୍ବଳ , ସୁଦୃଢ଼ ମୌଳିକ ଭିତିଭୂମି ଏବଂ ଇଜ ଅଫ୍ ଡୁଇଙ୍ଗ ବିଜେନେଓର ପ୍ରଶଂସା ବିଦେଶୀ ଉଦ୍ୟମୀ ମଧ୍ୟ କରୁଛନ୍ତି । ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ଗ୍ରାଉଣ୍ଡ ବ୍ରେକିଂ ସେରେମନୀ ୪.୦ର ଦ୍ୱିତୀୟ ଦିନ ୟୁପି- ଭାରତରେ ବିଦେଶୀ ନିବେଶ ପାଇଁ ଉଭରତା ଗନ୍ତବ୍ୟ କନ୍କ୍ଲେଭ ସମୟରେ ବିଭିନ୍ନ ଉଦ୍ୟୋଗ ସମୁହର ପ୍ରତିନିଧିମାନେ ନିଜ ବିଚାର ରଖିଛନ୍ତି ।
ଏହି ଅବସରରେ ଲୁଲୁ ସମୁହର ଚେୟରମ୍ୟାନ୍ ଏମ୍ଏ ୟୁସୁଫ ଅଲ୍ଲୀ, ଶରାଫ ଗ୍ରୁପ୍ର ଉପାଧ୍ୟକ୍ଷ ମେଜର ଜେନେରାଲ(ଅବସର) ଶରାଫୁଦ୍ଦିନ ଶରାଫ, ଏୟାର ଲିକ୍ୱିଡର ଏମ୍ଡି ବେନୋଇଟ ରେନାର୍ଡ, ଡୋର୍ନାର ସିଇଓ କାର୍ମିଲୋ ଏସ୍ପେଲେଟା ଏବଂ ଗ୍ରୀନକୋ ଗ୍ରୁପ୍ର ପ୍ରତିନିଧି ରାଜ୍ୟରେ ନିବେଶର ପରିବେଶର ପ୍ରଶଂସା କରିଛନ୍ତି ।
ଲୁଲୁ ସମୁହର ଅଧ୍ୟକ୍ଷ ଏବଂ ଏମ୍ଡି ଏମ୍ଏ ୟୁସୁଫ ଅଲ୍ଲି କହିଛନ୍ତି ଯେ ବିଦେଶୀ ନିବେଶରେ ଖାଦ୍ୟ ପ୍ରସଂସ୍କରଣ କ୍ଷେତ୍ର ସମେତ କେତେକ କ୍ଷେତ୍ରରେ ନିବେଶର ସମ୍ଭାବନା ଅଛି ।
