ନୂଆଦିଲ୍ଲୀ, 22 ଫେବୃଆର : ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ବିଶାଖାପାଟନମ ଗସ୍ତ କରିବେ । ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ବୁଧବାର ଜାରି ଏକ ବୟାନରେ କୁହାଯାଇଛି ଯେ, ଧନଖଡ ଫେବୃୟାରୀ 22ରେ ବିଶାଖାପାଟନମକୁ ଦିନିକିଆ ଗସ୍ତ କରିବେ । ଅନ୍ତର୍ଜାତୀୟ ସାମୁଦ୍ରିକ ସେମିନାର-‘ମିଲନ 2024’ର ଉଦଘାଟନୀ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
