ଲକ୍ଷ୍ନୌ, 22 ଅକ୍ଟୋବର : ଆଜି ହେଉଛି ଦୁର୍ଗାଷ୍ଟମୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଲେଖିଛନ୍ତି ଯେ, ଶ୍ୱେତେ ଭୃଷେ ସମାରୁଢା ଶ୍ୱେତାମ୍ବରଧରା ଶୁଚିଃ । ମହାଗୌରୀ ଶୁଭଂ ଦଦାନ୍ମହାଦେବପ୍ରମୋଦଦା । ପବିତ୍ର ଦୁର୍ଗାଷ୍ଟମୀ ଅବସରରେ ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରୁଛି । ଜଗଦଜନନୀ ଆଦିଶକ୍ତି ମା ଦୁର୍ଗାଙ୍କର ଅଷ୍ଟମ ସ୍ୱରୂପ ମାଆ ମହାଗୌରୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସମୃଦ୍ଧି ଓ ସୌଭାଗ୍ୟ ଉଦୟ ହେଉ, ଏହାହିଁ ପ୍ରାର୍ଥନା କରୁଛି ।
